ଚନ୍ଦ୍ରାଯାନ-୨: ଇସ୍ରୋରୁ ଆସିଲା ଶୁଭ ଖବର, ସୁରକ୍ଷିତ ଅଛି ‘ବିକ୍ରମ’

ନୂଆଦିଲ୍ଲୀ: ଇସ୍ରୋରୁ ଆସିଲା ଶୁଭ ଖବର। କାରଣ ଚନ୍ଦ୍ରଯାନ-୨ ସମ୍ପର୍କରେ ଆସିଛି ଶୁଭ ଖବର। ଚନ୍ଦ୍ରଯାନ-୨ ଲ୍ୟାଣ୍ଡର ‘ବିକ୍ରମ’ ସମ୍ପର୍କରେ ଇସ୍ରୋ ପକ୍ଷରୁ ଏକ ବଡ଼ ସୂଚନା ଦିଆଯାଇଛି। ଲ୍ୟାଣ୍ଡର ‘ବିକ୍ରମ’ ର କିଛି କ୍ଷତି ହୋଇନଥିବା ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି। ‘ବିକ୍ରମ’ ର ହାର୍ଡ ଲ୍ୟାଣ୍ଡିଂ ହୋଇଥିବାବେଳେ ତାହାର କୌଣସି ଅଂଶ ବିଶେଷ ଭାଙ୍ଗି ନାହିଁ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ଜାରି ରହିଛି। ଆମେ ଆଶା ହରାଇ ନାହୁଁ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଲ୍ୟାଣ୍ଡର ‘ବିକ୍ରମ’ ନୂଆଣିଆ ସ୍ଥିତିରେ ଅଛି। ଲ୍ୟାଣ୍ଡର ଅବତରଣ ବେଳେ ଜୋରରେ କଚାଡ଼ି ହୋଇ ଢଳି ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି।
ପ୍ରକାଶ ଯେ, ଚନ୍ଦ୍ରପୃଷ୍ଠରେ ଅବତରଣ ସମୟରେ ଲ୍ୟାଣ୍ଡର ‘ବିକ୍ରମ’ର ସହ ସମ୍ପର୍କ ଚ୍ଛିନ୍ନ ହେବା ଘଟଣା ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ ଏକ ବଡ଼ ଝଟକା ଲାଗିଥିଲାବୋଲି କୁହାଯାଉଥିଲେ ହେଁ ଗତକାଲି ଗୋଟିଏ ଶୁଭ ଖବର ଆସିଥିଲା। ତାହା ହେଲା ଗତକାଲି ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ର ପତ୍ତା ମିଳିଥିଲା। ‘ବିକ୍ରମର’ ପତ୍ତା ମିଳିଥିବା ନେଇ ଇସ୍ରୋ ଅଧ୍ୟକ୍ଷ କେ.ଶିବନ ସୂଚନା ଦେଇଥିଲେ। ଆର୍ବିଟରରୁ ଲ୍ୟାଣ୍ଡର ‘ବିକ୍ରମ’ର ଫଟୋ ମିଳିଥିବା ଇସ୍ରୋ ଅଧ୍ୟକ୍ଷ କେ.ଶିବନ ସୂଚନା ଦେଇଥିଲେ। ମାତ୍ର ଏ ପର୍ଯ୍ୟନ୍ତ ବିକ୍ରମ ସହ ଯୋଗାଯୋଗ ହୋଇପାରିନାହିଁ। ଆମେ ଯୋଗାଯୋଗ କରିବାକୁ ଚେଷ୍ଟା ଜାରି ରଖିଛୁ। ଆମେ ସଫଳ ନିଶ୍ଚୟ ହେବୁ ବୋଲି ସେ କହିଥିଲେ।
ପ୍ରକାଶ ଯେ, ଚନ୍ଦ୍ରଯାନ-୨ରେ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପଠାଯାଇଥିବା ଲ୍ୟାଣ୍ଡର ‘ବିକ୍ରମ’ ଅବତରଣ କରିବାର ମାତ୍ର ୨.୧ କିମି ଦୂରରୁ ବେଙ୍ଗାଲୁରୁସ୍ଥିତ ଇସ୍ରୋର ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ ସହିତ ଯୋଗାଯୋଗ ରକ୍ଷା ହୋଇପାରିନଥିଲା। ପୂର୍ବ ନର୍ଦ୍ଧାରିତ ସମୟର ଅଳ୍ପ କିଛି ମିନିଟ ପୂର୍ବରୁ ଏହି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଲ୍ୟାଣ୍ଡର ‘ବିକ୍ରମ’ ଭିତରେ ରୋଭର ‘ପ୍ରଜ୍ଞାନ’ ରହିଥିଲା। ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରରିଥିଲେ ପ୍ରଜ୍ଞାନ ସେଥିରୁ ବାହାରି ଥାନ୍ତା। ଏହା ଚନ୍ଦ୍ରପୃଷ୍ଠର ଅଧ୍ୟକ୍ଷନ କରି ଇସ୍ରୋର ବୈଜ୍ଞାନିକମାନଙ୍କୁ ବିଭିନ୍ନ ତଥ୍ୟ ପଠାଇଥାନ୍ତା।
Comments are closed.