ଦୁଷ୍କର୍ମ ହତ୍ୟାକାରୀକୁ ଫାଶି
ଭୁବନେଶ୍ୱର: ନାବାଳିକାକୁ ଦୁଷ୍କର୍ମ ଓ ପରେ ହତ୍ୟା କରିବା ଅଭିଯୋଗରେ ଜଣକୁ ଫାଶି ଦଣ୍ଡାଦେଶ ଦିଆଯାଇଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ କାଳିଆ ମାନା ଓରଫ ନବକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି। ଗତ ୨୦୧୮ ମାର୍ଚ୍ଚରେ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳରେ ଘଟିଥିଲା ଏକ ନୃଶଂସ କାଣ୍ଡ। କାଳିଆ ଜଣେ ୯ ବର୍ଷର ନାବାଳିକାକୁ ଗାଁ ଦାଣ୍ଡରୁ ଉଠାଇ ନେଇଥିଲା। ପରେ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ଦୁଷ୍କର୍ମ କରିବା ସହ ପ୍ରମାଣ ଲୁଚାଇବାକୁ ତାକୁ ହତ୍ୟା କରି ଫିଙ୍ଗି ଦେଇଥିଲା।
Comments are closed.