ବଢ଼ିଲା ଚାଷୀ ପଞ୍ଜିକରଣ ଅବଧି

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଚାଷୀ ପଞ୍ଜିକରଣ ଅବଧିକୁ ବଢ଼ାଇଛନ୍ତି। ଖରିଫ ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ଅବଧିକୁ ରାଜ୍ୟ ସରକାର ବଢ଼ାଇଛନ୍ତି। ଆଜି ଅର୍ଥାତ ମଙ୍ଗଳବାର ପଞ୍ଜିକରଣର ଶେଷ ଦିନ ଥିବାବେଳେ ଏହାକୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏବେ ସୁଦ୍ଧା ପ୍ରାୟ ୧୦ ଲକ୍ଷ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
Comments are closed.