ଆଜି ‘କିଷାନ ମନଧନ ଯୋଜନା’ର ଶୁଭାରମ୍ଭ କରିବେ ମୋଦି
![](https://www.odishalink.com/wp-content/uploads/2019/09/Narendra_Modi-1.jpg)
ନୂଆଦିଲ୍ଲୀ: ଆଜି ଶୁଭାରମ୍ଭ ହେବ କିଷାନ ମନଧନ ଯୋଜନା। ଏହାକୁ ଶୁଭରାମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଝାଡ଼ଖଣ୍ଡ ଗସ୍ତ କରିବେ ମୋଦି। ଏହି ଗସ୍ତ ସମୟରେ ରାଞ୍ଚିରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘କିଷାନ ମନଧନ ଯୋଜନା’ ଶୁଭାରମ୍ଭ କରିବେ। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି ନବନିର୍ମିତ ଝାଡ଼ଖଣ୍ଡ ବିଧାନସଭା କୋଠାକୁ ଉଦଘାଟନ କରିବେ। ଏହା ପରେ ମୋଦି ଝାଡ଼ଖଣ୍ଡର ସଚିବାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେଉଥିବା ‘କିଷାନ ମନ ୟଧନ’ ଯୋଜନାରୁ ୫ କୋଟି ଚାଷୀ ଉପକୃତ ହେବେ। ଯୋଜନା ଅନ୍ତର୍ଗତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ଲେଖାଏଁ ପେନସନ ପାଇବେ। କେନ୍ଦ୍ର ସରକାର ଏହି ଯୋଜନା ପାଇଁ ୧୦ ହଜାର ୭୭୪ କୋଟି ଟଙ୍କା ଖର୍ଚ୍ଚ କରୁଛି। ଏହି ରାଶି ଆଗାମୀ ୩ ବର୍ଷ ମଧ୍ୟରେ ବିନିଯୋଗ ହେବ। ବର୍ତ୍ତମାନ ଯେଉଁମାନଙ୍କର ବୟସ ୧୮ରୁ ୪୦ ବର୍ଷ, ସେହି କ୍ଷୁଦ୍ର ଓ ନାମାମାତ୍ର ଚାଷୀମାନେ ‘ପ୍ରଧାନମନ୍ତ୍ରୀ ମନଧନ ଯୋଜନାରୁ ଉପକୃତ ହୋଇପାରିବେ।
Comments are closed.