ପରଦାରେ ‘ଡ୍ରିମ୍ ଗର୍ଲ’
ଭୁବନେଶ୍ବର: ଆଜି ରିଲିଜ ହୋଇଯାଇଛି ବହୁ ଚର୍ଚ୍ଚିତ ସିନେମା ‘ଡ୍ରିମ୍ ଗର୍ଲ’ ।ରାଜ୍ ଶାଣ୍ଡିଲ୍ୟ ଏହାକୁ ନିର୍ଦ୍ଦେଶନା ଦେଇଥିବାବେଳେ ଏକତା କପୁରଙ୍କ ବ୍ୟାନର୍ ବାଲାଜୀ ମୋଶନ ପିକଚର୍ସ ଏହାର ପ୍ରଯୋଜନା କରିଛିନ୍ତି ।ଏହି ସିନେମାରେ ଆୟୁଷ୍ମାନ ଖୁରାନାଙ୍କୁ ଅଲଗା ଭୂମିକାରେ ଅଭିନୟ କରିଛନ୍ତି ।
ସେ ଉଭୟ ପୁରୁଷ ଏବଂ ମହିଳା ଭୂମିକାରେ ନଜର ଆସିଛନ୍ତି। ଏହି ସିନେମାରେ ଭରପୂର କମେଡି ସିନ୍ ରହିଛି । ସିନେମାର କାହାଣୀରେ ଆୟୁଷ୍ମାନ ସମସ୍ତଙ୍କୁ କିପରି ପୂଜା ନାଁରେ ଫୋନ୍ କରି ମତୁଆଲା କରୁଛନ୍ତି ତାହା ଦେଖିବାକୁ ମିଳିଛି । । ସମସ୍ତେ ଏହା ବ୍ଲକବଷ୍ଟର୍ ହେବବୋଲି ସିନେଷ୍ଟାର କହିଛନ୍ତି।ଏହି ସିନେମାଟି ୨୫ କୋଟି ଟଙ୍କା ବଜେଟ୍ରେ ତିଆରି ହୋଇଛି। ତେବେ ପ୍ରଥମ ଦିନରେ ଏହା ୬ ରୁ ୭ କୋଟି ଆୟ କରିବ ବୋଲି ଆଶା କରାଯାଉଛି।
ଆୟୁଷ୍ମାନଙ୍କ ସହ ସିନେମାରେ ନୁସରତ ଭରୁଚା ଲିଡ୍ ରୋଲ୍ରେ ଦେଖାଦେଇଛନ୍ତି ଏବଂ କ୍ୟାମିଓ ରୋଲ୍ରେ ରିତେଶ ଦେଶମୁଖ ମଧ୍ୟ ନଜର ଆସିଛନ୍ତି। ରିଲିଜ୍ ହେବା ପୂର୍ବରୁ ସିନେମାର ଟ୍ରେଲର ଓ ସବୁ ଗୀତକୁ ଦର୍ଶକଙ୍କ ଜବରଦସ୍ତ ଲାଇକ୍ ମିଳିଛି । ଏହା ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ରଖିଛନ୍ତି।
Comments are closed.