ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି କାମ୍ୟା

ଭୁବନେଶ୍ବର : ଛୋଟ ପରଦାରେ ଲୋକପ୍ରିୟ ହେଉଛନ୍ତି ଅଭିନେତ୍ରୀ କାମ୍ୟା ପଞ୍ଜାବୀ । ସେ ଖଳନାୟିକା ଚରିତ୍ର ଅଭିନୟ କରି ଦର୍ଶକ ମାନଙ୍କ ମନକୁ କିଣିନେଇଛନ୍ତି । ବିଗ୍ ବସ୍ ସିଜିନ୍-୭ରେ ନଜର ଆସିଥିଲେ ଓ ଅଧିକରୁ ଅଧିକ ଲୋକପ୍ରିୟତା ବଢ଼ିଥିଲା , ଏବେ ତାଙ୍କୁ ନେଇ ଏକ ବଡ଼ ଖବର ଶୁଣିବାକୁ ମିଳୁଛି। ତାଙ୍କର ପ୍ରଥମ ବିବାହ ୨୦୧୩ରେ ଭାଙ୍ଗିବା ଯାଇଥିଲା । ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଦିଲ୍ଲୀରେ ରହୁଥିବା ବ୍ୟବସାୟୀ ଶଲଭ ଡ଼ାଙ୍ଗଙ୍କୁ କାମ୍ୟା ଡେଟ୍ କରୁଛନ୍ତି ଏବଂ କାମ୍ୟା ଆସନ୍ତା କହିଛନ୍ତି ଦୁହେଁ ବର୍ଷ ବିିବାହ କରିବେ ।
ବମ୍ବେ ଟାଇମ୍ସକୁ ସାକ୍ଷତକାରରେ କାମ୍ୟା କହିଛନ୍ତି, ଶଲଭଙ୍କ ସହ ଚଳିତ ବର୍ଷ ଫେବୃଆରୀରେ ମୋର ଦେଖା ହୋଇଥିଲା । ସ୍ୱାସ୍ଥ୍ୟ ସମସ୍ୟା ନେଇ ମୋର ଜଣେ ବନ୍ଧୁ ଶଲଭଙ୍କୁ ଭେଟିବାକୁ ମୋତେ କହିଥିଲେ । ଯାହା ପରେ ଆମେ ଦୁହେଁ କଥା ହୋଇଥିଲୁ । କିଛି ଦିନ କଥା ହେବା ପରେ ଶଲଭ ମୋତେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ମୋର ପ୍ରଥମ ବିବାହ ଭାଙ୍ଗିବା ପରେ ମୁଁ ବିବାହ କରିବାକୁ ରାଜି ହୋଇନଥିଲି । ମୋର ବିବାହ ଉପରୁ ମୋର ବିଶ୍ୱାସ ଉଠି ଯାଇଥିବା ବେଳେ ଶଲଭ ମୋତେ ପୁଣି ଥରେ ବିବାହ ଉପରେ ବିଶ୍ୱାସ କରିବାକୁ ବାଧ୍ୟ କରିଥିଲେ। ଆମେ ଦୁହେଁ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛୁ ।
Comments are closed.