ଇତୀଶଙ୍କ ପିଲାଳିଆମି ଯାଇନି: ନିରଞ୍ଜନ
ଭୁବନେଶ୍ୱର: ଗତକାଲି ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ ଦେଇଥିବା ମନ୍ତବ୍ୟର ପାଲଟା ଜବାବ ଦେଇଛନ୍ତି ନିରଞ୍ଜନ। ସେ କହିଛନ୍ତିକି ଇତୀଶ ଅସନ୍ତୋଷ ହୋଇ ମୋ ବିରୋଧରେ କହିଛନ୍ତି। କେବଳ ଆମ ରାଜ୍ୟରେ ନୁହେଁ, ଅନ୍ୟ ସବୁଠି ବି ଭଲ ରେଜଲ୍ଟ ହୋଇନାହିଁ। ପିଲାଳିଆ କଥା, ଫ୍ରଷ୍ଟେସନ୍ ହୋଇ ଏମିତି କହିଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏଥୁସହିତ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଇତୀଶ ନିଜେ ତ ଗୋଟିଏ ଜାଗାରୁ ଲଢିଥିଲେ। ଯେପରି ଭାବେ ତାଙ୍କୁ ଭୋଟ ମିଳିଛି, ସେ କାହା ଉପରେ ତ ଦୋଷ ଲଦିବେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ପ୍ରକାଶ ଯେ, ଗୁରୁବାର ନୂଆଦିଲ୍ଲୀରେ ଏଆଇସିସି ବୈଠକ ଚାଲିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଇତୀଶ ଡାକରା ଦେଇଥିଲେ। ଇତୀଶ ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନଙ୍କ ବିରୋଧରେ ବିଷ ଓଗାଳିବା ସହ ଚ୍ୟାଲେଞ୍ଜ କରିଥିଲେ। ଖାଲି ଚ୍ୟାଲେଞ୍ଜ କରିନାହାନ୍ତି ନିରଞ୍ଜନଙ୍କ ନିଦ ହଜାଇ ଦିଆଯିବ ବୋଲି ଚେତବାନୀ ଦେଇଥିଲେ। ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ ବୋଲି ଇତୀଶ କହିଥିଲେ। ସେହିପରି ଭାଇ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟସ୍ଥ କରି ନିରଞ୍ଜନ ଦଳକୁ ବିକି ଦେଇଛନ୍ତି। ପୁଅ ମାଧ୍ୟମରେ ବେପାର କରୁଛନ୍ତି। ଏହାକୁ ସହ୍ୟ କରାଯିବନି ବୋଲି ଇତୀଶ କହିଥିଲେ।
Comments are closed.