ଯୁବକଙ୍କୁ ପୁଲିସର ନିସ୍ତୁକ ମାଡ଼, ଦେଖନ୍ତୁ ଭିଡିଓ
ଲକ୍ଷ୍ନୌ: ଯଦି ରକ୍ଷକ ସାଜିବ ଭକ୍ଷକ ତେବେ କହିବା କହାକୁ। ଉତ୍ତର ପ୍ରଦେଶର ଲକ୍ଷ୍ମୌରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶରେ ପୁଲିସ୍ କେମିତି ଗୁଣ୍ଡାଗର୍ଦ୍ଦି କରେ, ତା’ର ଭିଡିଓ ସାମ୍ନାକୁ ଆସିଛି। ପୁଲିସର ଗୁଣ୍ଡାଗର୍ଦ୍ଦି ଏବେ ଚର୍ଚ୍ଚାର ବିଷୟ। ରାଜ୍ୟର ସିଦ୍ଧାର୍ଥ ନଗର ଜିଲ୍ଲାରେ ଦୁଇ ଜଣ ପୁଲିସ୍ କର୍ମଚାରୀ ଜଣେ ଯୁବକଙ୍କୁ ରାସ୍ତାରେ ପକାଇ ପ୍ରବଳ ମାଡ଼ ମାରିଛନ୍ତି। ଏହି ସମୟରେ ମାଡ଼ ଖାଉଥିବା ଯୁବକଙ୍କ ଛୋଟ ଭଣଜା ଜଣଙ୍କ କେବଳ ହତବାକ ହୋଇ ପୂରା ଘଟଣାକୁ ଦେଖୁଥିଲେ। କିଛି ଲୋକ ଘଟଣାର ଭିଡିଓ ଶୁଟିଂ କରୁଥିଲେ ହେଁ କେହି ବି ଏହାର ପ୍ରତିବାଦ କରି ନଥିଲେ। ଏହି ଘଟଣାରେ ଦୁଇ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସୂତ୍ର ଅନୁସାରେ, ରିଙ୍କୁ ପାଣ୍ଡେ ନାମକ ଯୁବକ ଜଣଙ୍କ ବାଇକ ଯୋଗେ ନିଜ ଭଣଜାକୁ ବସାଇ ଯାଉଥିଲେ।
#WATCH: Man thrashed by two police personnel in Siddharthnagar over alleged traffic violation. UP Police have taken cognisance of the incident and suspended the two police personnel. (Viral video) pic.twitter.com/0dWvnSV0lL
— ANI UP (@ANINewsUP) September 13, 2019
ପୁଲିସ୍ ତାଙ୍କୁ ଅଟକାଇ ଗାଡ଼ିର କାଗଜପତ୍ର ମାଗିଥିଲା। ଏହାକୁ ନେଇ ପୁଲିସ୍ କର୍ମଚାରୀ ଏବଂ ରିଙ୍କୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସବ୍ ଇନ୍ସପେକ୍ଟର ବୀରେନ୍ଦ୍ର ମିଶ୍ର ଓ କନଷ୍ଟେବଲ ମହେନ୍ଦ୍ର ପ୍ରସାଦ ମିଳିତ ଭାବେ ରିଙ୍କୁଙ୍କୁ ତଳ ପକାଇ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଏପରି କି ଜଣେ ପୁଲିସ୍ କର୍ମଚାରୀ ତଳେ ପଡ଼ିଥିବା ରିଙ୍କୁଙ୍କ ଉପରେ ବସିପଡ଼ି ତାଙ୍କୁ ମାଡ଼ ମାରିବାକୁ ପଛାଇ ନଥିଲେ। ଯୁବକଙ୍କ ଜଣଙ୍କ ମୋ ଭୁଲ କ’ଣ ବୋଲି ବାରମ୍ବାର ପଚାରୁଥିଲେ ହେଁ ପୁଲିସ୍ ବାବୁମାନେ କେବଳ ତାଙ୍କୁ ମାଡ଼ ମାରି ଚାଲିଥିଲେ।
Comments are closed.