ପ୍ରେମିକାଙ୍କ ଘରକୁ ଲୁଚି ଲୁଚି ଯାଇ ଧରାପଡିଲେ ପ୍ରେମିକ

ସୋର: ରାତି ଅନ୍ଧାରରେ ପ୍ରେମିକା ଘରକୁ ଲୁଚି ଲୁଚି ଆସିବା ବେଳେ ଧରା ପଡି ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ପ୍ରେମିକ। ଏମିତି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ମଣିପୁର ଗ୍ରାମପଞ୍ଚାୟତ ଗୁଲୁଣିଆ ଗାଁରେ। ଏହି ଗାଁର ସୁରେନ୍ଦ୍ର ବେହେରାଙ୍କ ଝିଅକୁ ବାବୁପାଟଣା ଗାଁର ଯୁଧିଷ୍ଠିର ବେହେରାଙ୍କ ପୁଅ ବୈକୁଣ୍ଠ ପ୍ରେମ କରୁଥିଲେ। ଏହି ପ୍ରେମ ଆରମ୍ଭ ହୋଇଥିଲା ଫେସବୁକରୁ। ଫେସବୁକରୁ ଫୋନ ଦିଆନିଆରୁ ପରସ୍ପରକୁ ଭଲପାଇ ବସିଥିଲେ ଦୁଇ ଜଣ।
ଗତକାଲି ପରିବାର ଲୋକେ ନଥିବାରୁ ଝିଅ ସହ ଦେଖାକରିବାକୁ ଆସିଥିଲେ ସୁରେନ୍ଦ୍ର। ଘର ଭିତରେ ଥିବା ଅବସ୍ଥାରେ ଗାଁର କିଛି ଲୋକଙ୍କ ହାବୁଡ଼ରେ ପଡି ଯାଇଥିଲେ। ପରେ ଗାଁ ଲୋକେ ଝିଅର ମାଆକୁ ଡାକି ଥିଲେ । ଏହାପରେ ବିଳମ୍ବିତ ରାତିରେ ଦୁଇ ଜଣଙ୍କ ବିବାହ କରାଇଥିଲେ। ଆଜି ଝିଅ ଓ ପୁଅଙ୍କର ରେଜିଷ୍ଟ୍ରି ମ୍ୟାରେଜ୍ କରିବାର ପ୍ରସ୍ତାବ ରହିଛି।
Comments are closed.