‘ମିଲୋ ନା ତୁମ’ରେ ଦର୍ଶକ ପାଗଳ
ଭୁବନେଶ୍ବର : ବଲିଉଡରେ ଅନେକଙ୍କ କିଡ୍ ର ପ୍ରଥମ ସିନେମା ଆସିସାରିଲାଣି ତ ଆଉ କାହାର ଡେବ୍ୟୁ ହେବାକୁ ଯାଉଛି।ଏବେ ଗୋବିନ୍ଦାଙ୍କର ଝିଅ ଟିନା ଆହୁଜା ମଧ୍ୟ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି।
ନିକଟରେ ସେ ଗୋଟିଏ ମ୍ୟୁଜିକ ଭିଡିଓରେ ଡେବ୍ୟୁ କରିଛନ୍ତି।ଏହି ଗୀତରେ ସେ ସିଙ୍ଗର ଗଜେନ୍ଦ୍ର ବର୍ମାଙ୍କ ସହିତ କାମ କରିଛନ୍ତି ।ଗଜେନ୍ଦ୍ର ବର୍ମା ନିଜର ଗୀତ ‘ତେରା ଘାଟା’ରେ ଜବରଦସ୍ତ ସଫଳତା ପାଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ।
ଟିନା ଗଜେନ୍ଦ୍ରଙ୍କ ସହିତ ‘ମିଲୋ ନା ତୁମ’ଗୀତରେ ଡେବ୍ୟୁ କରିଛନ୍ତି।ଗୀତ ଟି ୧୯୭୦ରେ ହୋଇଥିବା ସିନେମା ‘ହୀର ରାଞ୍ଝା’ର ଗୀତ ‘ମିଲୋ ନା ତୁମ ତୋ ଦିଲ ଘବରାଏ’ର ରିମେକ ଭର୍ସନ ହୋଇଛି । ଏହି ଗୀତଟି ରେ ଟିନା ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ଟିନାଙ୍କୁ ଦେଖିବା ପରେ ଲୋକମାନେ ତାଙ୍କର ଫ୍ୟାନ ବନିଯାଇଛନ୍ତି । ଏବେ ତାଙ୍କୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା ମିଳିବାରେ ଲାଗିଛି ।
ୟୁଟ୍ୟୁବରେ ଏହି ମ୍ୟୁଜିକ ଭିଡିଓକୁ , ଏ ପର୍ଯ୍ୟନ୍ତ ଲକ୍ଷେ ଭ୍ୟୁଜ୍ ମିଳିସାରିଲାଣି ଏବଂ କମେଣ୍ଚରେ ମଧ୍ୟ ତାଙ୍କ ଫ୍ୟାନ ମାନେ ପ୍ରଶସାଂକରିବାରେ ପଛଘୁଞ୍ଚା ଦେଉନାହାନ୍ତି ।ଟିନା ଆହୁଜା ଏକ ସାକ୍ଷାତକାରରେ ନିଜର କ୍ୟାରିୟରକୁ ନେଇ ଖୋଲିକି କହିଥିଲେ । ସେ କହିଥିଲେ , ‘ମୁଁ ସିନେମାରେ କାମ କରିବାକୁ ଚାହୁଁଛି କିନ୍ତୁ ମୋର ପ୍ରଥମ ଶର୍ତ୍ତ ହେଲା, ଯେ ସ୍କ୍ରିପ୍ଟ ଭଲ ହେବା ଦରକାର । ବଡ ଷ୍ଟାରଙ୍କ ସହିତ କାମ କରିବାର ଇଚ୍ଛା ନାହିଁ କିନ୍ତୁ ମୁଁ ଏବେ ପର୍ଯ୍ୟନ୍ତ କୌଣସି ସିନେମାରେ କାମ କରିନାହିଁ କାରଣ ମୋତେ କୌଣସି ଭଲ ସ୍କ୍ରିପ୍ଟ ମିଳୁନାହିଁ। ‘ ଏବଂ ଟିନାଙ୍କ ଫ୍ୟାନ ଚାହୁଁଛନ୍ତି ସେ କିପରି ଶାଘ୍ର ବଲିଉଡରେ ଜଣେ ଷ୍ଟାର ଭାବରେ ନିଜକୁ ସ୍ଥାପନ କରିନିଅନ୍ତୁ ।
Comments are closed.