୪୨୬ ମଦୁଆ ଡ୍ରାଇଭର ଗିରଫ

ଭୁବନେଶ୍ୱର: ଏଣିକି ମଦ୍ୟପାନ କରି ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଗିରଫ କରାଯାଉଛି। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିଷ୍ପତ୍ତି କ୍ରମେ ଏଭଳି କରାଯାଉଛି। ଓଡ଼ିଶାରେ ଏହି ନିୟମକୁ କଡ଼ାକଡ଼ିଭାବେ ପାଳନ କରାଯାଉଛି। ତଦନୁଯାୟୀ ମଦ୍ୟପାନ କରି ଗାଡ଼ି ଚଳାଉଥିବା ମୋଟ ୪୨୬ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ଗୋଟିଏ ଦିନରେ ୧୪୧ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ବିଜୟ କୁମାର ଶର୍ମା। ତେବେ ମଦ୍ୟପ ଗାଡ଼ି ଚାଳକଙ୍କ ସଂଖ୍ୟ କମାଇବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଥିବା କଥା ଶ୍ରୀ ଶର୍ମା କହିଛନ୍ତି।
ପ୍ରକାଶ ଯେ, ମଦୁଆ ଗାଡ଼ି ଚାଳକଙ୍କୁ ଗିରଫ କରିବା ପାଇଁ ରାଜ୍ୟର ସମସ୍ତ ଟୋଲ ଗେଟରେ ଯାଞ୍ଚ କରାଯାଉଛି। ସମସ୍ତ ୧୪ଟି ଟୋଲ ଗେଟରେ ଯାଞ୍ଚ କରିବାକୁ ଡିଜିପି ଶ୍ରୀ ଶର୍ମା ପୂର୍ବରୁ ନିଦେ୍ର୍ଧଶ ଦେଇଥିଲେ। ଟୋଲଗେଟରେ ଯାଞ୍ଚ ପାଇଁ ସର୍କୁଲାର ମଧ୍ୟ ଜାରି କରିଥିଲେ। ବ୍ରେଥ ଆନାଲାଇଜର ଓ ମେଡିକାଲ ଚେକ ନେଇ ଡିଜିପି ଶ୍ରୀ ଶର୍ମା ସର୍କୁଲାର ଜାରି କରିଥିଲେ।
Comments are closed.