ନିଲମ୍ବିତ ହେଲେ ବୈପାରୀଗୁଡ଼ା ସିଡିପିଓ

ଜୟପୁର: ନିଲମ୍ବିତ ହେଲେ ସରକାରୀ ଅଫିସର। ଦୁର୍ନୀତି ଅଭିଯୋଗରେ ବୈପାରୀଗୁଡ଼ା ସିଡିପିଓ ସୁରମା ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି।
ଶ୍ରୀମତି ମହାପାତ୍ରଙ୍କ ବିରୋଧରେ ବହୁ ଗୁରୁତର ଅଭିଯୋଗ ହୋଇଥିଲା। ପ୍ରିସ୍କୁଲ କିଟ୍ କିଣାରେ ଅନିୟମିତତା ସହ ଅଙ୍ଗନବାଡି କର୍ମୀଙ୍କଠାରୁ ପିସି ଆଦାୟ, କର୍ମଚାରୀଙ୍କୁ ନିର୍ଯାତନା ଓ ଛତୁଆ ବଣ୍ଟନରେ ଅନିୟମିତତା କରିଥିବା ଭଳି ଅଭିଯୋଗ ତାଙ୍କ ନାଁରେ ହୋଇଥିଲା। ଏହି ନେଇ ପ୍ରଶାସନିକ ତଦନ୍ତ ସହିତ ବିଭାଗୀୟ ତଦନ୍ତ କରାଯାଇଥିଲା। ଏହାପରେ ତାଙ୍କୁ ନିଲମ୍ବିତ କରାଯାଇଛି।
Comments are closed.