Odisha Link
Bridging the Missing Links in Odisha

ଗୋପାଳପୁର ବନ୍ଦର ପକ୍ଷରୁ ୫ କିମି ବେଳାଭୂମି ସମୃଦ୍ଧୀକରଣ

ଗୋପାଳପୁର: ପରିବେଶ ମିତବ୍ୟୟୀ ଓ ନିରନ୍ତର ଭିତିଭୂମି ବିକଶା ଉପରେ ଗୋପାଳପୁର ବନ୍ଦର ବିଶ୍ବାସ କରେ। ଏହି ବନ୍ଦର ନିର୍ମାଣ ପ୍ରକଳ୍ପର ଅଂଶ ସ୍ବରୂପ ଗୋପାଳପୁର ପୋର୍ଟ ୪ ନିୟୁତ କ୍ୟୁବକ୍‌ ମିଟର୍‌ର ବାଲି ଓ ମାଟିକୁ ବନ୍ଦରର ଉତ୍ତର ପାର୍ଶ୍ବରେ ଜମା କରି ୫କିମି ବେଳାଭୂମି ସାମ୍ନାର ବନ୍ଦର ସମୃଦ୍ଧୀକରଣ କାର୍ଯ୍ୟ ଶେଷ କରିଛି।
ବନ୍ଦର ଖନନ ବେଳେ ବାହାରି ଥିବା ଉପକରଣଗୁଡ଼ିକର ଅଧିକାଂଶ ଭାଗକୁ ବନ୍ଦରର ଉତ୍ତର ପାର୍ଶ୍ବରେ ଥିବା ଆର୍ଜିକାଲି ଗ୍ରାମ ନିକଟ ବେଳାଭୂମିରେ ଜମା କରାଯାଇଛି। ଖନନରୁ ବାହାରୁ ଥିବା ଉପକରଣକୁ ଉଚ୍ଚ ସମୁଦ୍ର ଡିସ୍‌ଚାର୍ଜ ପାଇଁ ବ୍ୟବହାର କରିବା ଏକ ପାରମ୍ପରିକ ପଦ୍ଧତି। ମାତ୍ର ଜିପିଏଲ୍‌ ପକ୍ଷରୁ ନିଜସ୍ବ ଅର୍ଥିକ ବ୍ୟୟ ଜରିଆରେ ୫ କିମି ବ୍ୟାପ୍ତ ପର୍ଯ୍ୟନ୍ତ ଜମା କରିବାକୁ ନିଷ୍ପତି ନିଆଯାଇଥିଲା।
ଗୋପାଳପୁର ପୋର୍ଟର ପରିଚାଳନା ନିର୍ଦ୍ଦେଶକ ଅମିତ ସାବୁ କହିଛନ୍ତି ଯେ, ଆମ ବ୍ୟବସାୟର ଏକ ଗୁରୁତ୍ବପୁର୍ଣ୍ଣ ବିଷୟ ହେଉଛି ଆମର କାର୍ଯ୍ୟକଳାପଗୁଡିକ ପରିବେଶ ଅନୁକୂଳ ଓ ଜୈବିକ ଦୃଷ୍ଟିରୁ ନିରନ୍ତର। ଆମେ ନିରନ୍ତର ବିକାଶ ପାଇଁ ଉଚ୍ଚ ମାନକ ନମନ୍ତେ ପ୍ରତିବଦ୍ଧ। ଏଥିସହିତ ପୋର୍ଟର ଡିଜିଏମ ଏଚ୍‌ଏସ୍‌ଇ ଜିପିଏଲ୍‌ ସଂଜୟ ଥୋରାଟ୍‌ କହିଛନ୍ତି ଯେ, ବେଳାଭୂମି ନିରୀକ୍ଷଣ ଏବଂ ତତ୍‌ ସଂକ୍ରାନ୍ତୀୟ ବିଷୟ ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ମିଶି କାମ କରୁଛି।

Comments are closed.