ଭୁଶୁଡ଼ିଲା ଇନ୍ଦ୍ରଦ୍ୟୁମ୍ନ ସୁରକ୍ଷା ପାଚେରୀ

ପୁରୀ: ଭୁଶୁଡ଼ିଲା ଇନ୍ଦ୍ରଦ୍ୟୁମ୍ନ ସୁରକ୍ଷା ପାଚେରୀ। ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପ୍ରବେଶ ପଥର ଅପରପାର୍ଶ୍ବ ସୁରକ୍ଷା ପ୍ରାଚୀର ଭଶୁଡି ପଡିଛି। ସୁରକ୍ଷା ପ୍ରାଚିର ଭୁଶୁଡି ପଡିବା ଫଳରେ ଏଥି ସହ ସଲଗ୍ନ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। ପ୍ରାୟ ୨୦ ଫୁଟ ଲମ୍ବ ୪ ଫୁଟ ଓସାର ସୁରକ୍ଷା ପ୍ରାଚୀର ଭୁଶୁଡି ପଡିବା ଯୋଗୁ ରାସ୍ତାରେ ବିରାଟ ଗର୍ତ ସୃଷ୍ଟି ହୋଇଛି।
ଐତିହ ସୁରକ୍ଷା ପାଇଁ ଉଦ୍ୟମ ହେଇଥିବା ବେଳେ ଶ୍ରୀକ୍ଷେତ୍ରରେ ଐତିହ୍ୟ ପଞ୍ଚତୀର୍ଥ ପୁଷ୍କରଣୀ ଏବେ ବିପଦରେ ରହିଛି। ଦିନକୁ ଦିନ ଏହି ଅବକ୍ଷୟମୁଖୀ ଏହି ପଞ୍ଚତୀର୍ଥ ପୁଷ୍କରିଣୀ ଆଜି ପର୍ଯ୍ୟନ୍ତ ପୁନରୁଦ୍ଧାର କାର୍ଯ୍ୟ ହୋଇପାରିନି। ପୂର୍ବରୁ ପଞ୍ଚତୀର୍ଥ ପୁଷ୍କରିଣୀ ଭତରୁ ଅନ୍ୟତମ ମାପ୍କଣ୍ଡ ପୁଷ୍କରିଣୀ ପାଚେରୀ ଏବେ ଭୁସୁଡି ପଡି ବିପଦପୁର୍ଣ୍ଣ ଅବସ୍ଥାରେ ଅଛି।
Comments are closed.