କେଉଁ ବିଧାୟକଙ୍କୁ କ୍ବାର୍ଟର ଛାଡ଼ିବାକୁ କହିଲେ ବାଚସ୍ପତି ଜାଣନ୍ତୁ

ଭୁବନେଶ୍ୱର: ନିର୍ବାଚନ ସରିବାର ଦୀର୍ଘ ମାସ ପରେ ବି ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟରକୁ ଛାଡ଼ୁନାହାନ୍ତି । ତେବେ ଏନେଇ ଚରମବାଣୀ ଣୁଣାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ତୁରନ୍ତ କ୍ୱାର୍ଟର ଛାଡ଼ିବାକୁ ବାଚସ୍ପତି ଶ୍ରୀ ପାତ୍ର ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ଶ୍ରୀ ପାତ୍ର ପୂର୍ବତନ ବିଧାୟକମାନଙ୍କୁ ନୋଟିସ କରିଛନ୍ତି । ତେବେ ନୋଟିସ ପରେ ଯେଉଁ ପୂର୍ବତନ ବିଧାୟକମାନେ କ୍ୱାର୍ଟର ନଛାଡ଼ିଲେ ଉକ୍ତ କ୍ୱାର୍ଟରକୁ ପାଣି ଓ ବିଜୁଳି ବନ୍ଦ କରିଦିଆଯିବ ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି । କ୍ୱାର୍ଟର ଛାଡ଼ିନଥିବା ବିଧାୟକମାନେ ହେଲେ- ଝିନ୍ନ ହିକକା, ସରୋଜିନି ହେମ୍ବ୍ରମ, ବସନ୍ତ ପଣ୍ଡା, ସଞ୍ଜୀବ ସାହୁ, ସରୋଜ ସାହୁ, ସଞ୍ଜୟ ଦାସବର୍ମା, ରମେଶ ମାଝୀ, କିଶୋର ତରାଇ, ପୁଷ୍ପେନ୍ଦ୍ର ସିଂହଦେଓ, ରବିନାରାୟଣ ନାୟକ, ନୀତେଶ ଗଙ୍ଗଦେବ, ନନ୍ଦିନୀ ଦେବୀ, ମହେଶ ସାହୁ, ଦାମୋଦର ରାଉତ, ଦେବାଶିଷ ନାୟକ, ସାନନ୍ଦ ମାରାଣ୍ଡି, ପ୍ରବୀଣ ଭଞ୍ଜଦେଓ, ଗୋଲକ ବିହାରୀ ନାୟକ, ବିଜୟଶ୍ରୀ ରାଉତରାୟ, ଧନେଶ୍ୱର ମାଝୀ, ବିଭୂତିଭୂଷଣ ହରିଚନ୍ଦନ, ଭୂଜବଳ ମାଝୀ, ସ୍ୱର୍ଗତ ସୁବଳ ସାହୁ, ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ।
Comments are closed.