Odisha Link
Bridging the Missing Links in Odisha

ସରିଲା ରାସନକାର୍ଡ-ଆଧାର ସଂଯୋଗ ପ୍ରକ୍ରିୟା, କଟିଲେ ୧୯ ଲକ୍ଷ

ଭୁବନେଶ୍ବର: ଶେଷ ହେଲା ରାସନକାର୍ଡ-ଆଧାର ସଂଯୋଗ ପ୍ରକ୍ରିୟା। ରାସନକାର୍ଡ- ଆଧାର ଲିଙ୍କ୍ ପରେ ଏହି ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି। ବର୍ଷ ବର୍ଷ ଧରି ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୧୯ ଲକ୍ଷ ହିତାଧିକାରୀ ବେଆଇନ ଭାବେ ନେଉଥିଲେ ଚାଉଳ। ସେପଟେ ନିରାଶ୍ରୟ, ବୃଦ୍ଧ ଅକର୍ମଣ୍ୟଙ୍କୁ ଚିହ୍ନଟ କରି ଚାଉଳ ଯୋଗାଣ ଜାରି ରଖିବାକୁ ମାର୍କେଟ ଇଣ୍ଟେଲିଜେନ୍ସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ ଆଧାର ଲିଙ୍କ ପରେ ରାଜ୍ୟ ସରକାର ନିଜ ସ୍କିମ୍‌ରେ ପ୍ରାୟ ୯-୧୦ ଲକ୍ଷ ହିତାଧିକାରିଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜାନରେ ସାମିଲ କରିଛନ୍ତି। ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

ଓଡ଼ିଶାରେ ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ଚାଉଳ ଦେବାକୁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିଲେ। ତେବେ ନିର୍ବାଚନ ପୂର୍ବରୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜାନ ଆରମ୍ଭ କରିଥିଲେ ରାଜ୍ୟ ସରକାର। ଏହି ବିବାଦକୁ ୨୫ ଲକ୍ଷ ଅତିରିକ୍ତ ହିତାଧିକାରୀଙ୍କୁ ରାଜ୍ୟ ସ୍କିମ୍‌ରେ ସାମିଲ କରାଯାଇଥିଲା। ହେଲେ ଆଧାର ଲିଙ୍କ୍ ପରେ ରାଜ୍ୟ ସରକାର ଚାଲାକି କରି ବାଦ୍ ପଡିଥିବା ଲୋକଙ୍କ ସ୍ଥାନରେ ନିଜ ସ୍କିମର ହିତାଧିକାରୀଙ୍କୁ କେନ୍ଦ୍ର ସ୍କିମ୍‌ରେ ସାମିଲ କରିନେଇଛନ୍ତି। ଯାହାଦ୍ୱାରା ରାଜ୍ୟ ସରକାରଙ୍କ ଆର୍ଥିକ ବୋଝ କମିବ। ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। ଆଧାର ଲିଙ୍କ ପରେ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ତାଲିକାରେ ସ୍ୱଚ୍ଛତା ଆସିବା ଆଶା କରାଯାଉଛି।

ତେବେ ଯେଉଁମାନେ ବର୍ଷ ବର୍ଷ ଯେଉଁ ହିତାଧିକାରୀ ବେଆଇନ ଭାବେ ଚାଉଳ ନେଇଛନ୍ତି ଓ ଯେଉଁମାନେ ଏଥିରେ ସେମାନଙ୍କୁ ସହଯୋଗ କରିଥିଲେ ସେମାନଙ୍କ ବିରୁଦ୍ଧରେ ରାଜ୍ୟ ସରକାର କି କାର୍ଯ୍ୟନୁଷ୍ଠାନ କରୁଛନ୍ତି ଏବେ ତା ଉପରେ ନଜର ରହିଛି।

Comments are closed.