Odisha Link
Bridging the Missing Links in Odisha

ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମମତା, କାଲି କରିବେ ସାକ୍ଷାତ

ନୂଆଦିଲ୍ଲୀ: ପ୍ରତି କଥାରେ ମୋଦି ସରକାରଙ୍କୁ ସମାଲୋଚନା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାିଛନ୍ତି। ଆଜି ଦିଲ୍ଲୀ ଗସ୍ତରେ ଯିବେ ମମତା ବାନାର୍ଜୀ। ବୁଧବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ୨୦୧୯ ଲୋକସଭା ନିର୍ବାଚନ ପରେ ପ୍ରଥମଥର ପାଇଁ ମୋଦି-ମମତା ଭେଟଘାଟ ହେବାକୁ ଯାଉଛି।

ଆଲୋଚନାର ବିଷୟବସ୍ତୁ ଜଣାପଡ଼ି ନଥିଲେ ହେଁ ପଶ୍ଚିମବଙ୍ଗର କିଛି ସମସ୍ୟା ସମ୍ପର୍କରେ ମମତା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟର ନାଁ ବଦଳାଇବାକୁ ଚାହୁଁଛନ୍ତି। ତେଣୁ ଏ ସମ୍ପର୍କରେ ମମତା ବୁଧବାର ମୋଦିଙ୍କ ସହ କଥା ହେବେ।

ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ନାଁ ବଙ୍ଗଳା କରିବାକୁ ଚାହୁଁଛି। ବଜେଟ ଅଧିବେଶନ ବେଳେ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟୟଙ୍କ ନେତୃତ୍ୱରେ ଏକ ଟିମ୍‌ ମୋଦିଙ୍କୁ ଭେଟି ନିଜର ଦାବି ସମ୍ପର୍କରେ ଜଣାଇଥିଲେ। ହେଲେ କେନ୍ଦ୍ର ସରକାର ଏଯାଏ ଏ ସମ୍ପର୍କରେ କୌଣସି ମତାମତ ଦେଇନାହାନ୍ତି। ଏହାବାଦ୍‌ ଏକାଧିକ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ମମତା ବୈଠକ ବେଳେ ମୋଦିଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

Comments are closed.