ସିନ୍ଧୁ ବାହା ନହେଲେ ଉଠେଇନେବି କହିଛନ୍ତି ୭୦ବର୍ଷର ବୃଦ୍ଧ
ନୂଆଦିଲ୍ଲୀ: ପ୍ରେମର କୌଣସି ବୟସ ସୀମା ନ’ଥାଏ। ତାମିଲନାଡୁ ଅଞ୍ଚଳର ଜଣେ ବୃଦ୍ଧ ବ୍ୟାଡମିଣ୍ଟନ୍ ଖେଳାଳି ପି.ବି ସିନ୍ଧୁଙ୍କୁ ବିବାହ କରିବା ପାଇଁ କହିଛନ୍ତି ,ଏହା ହେଉଛି ଏକ ଉଦାହରଣ। ପି.ବି ସିନ୍ଧୁ ବ୍ୟାଡମିଣ୍ଟନ୍ ଖେଳାଳିଓସେ ଆମ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତି ଥିଲେ ।
ତାଙ୍କୁ ବିବାହ କରିବା ପାଇଁ ଜଣେ ବୃଦ୍ଧା କଲେକ୍ଟର ଅଫିସରେ ଦାବି ପତ୍ର ଦେଇଛନ୍ତି ।ବୃଦ୍ଧ ଜଣଙ୍କ ହେଉଛନ୍ତି ତାମିଲନାଡୁର ରାମନାଥ ପୁରମ ଅଞ୍ଚଳର ମାଲାୟସାମୀ। ତାଙ୍କର ବୟସ ୭୦ ବର୍ଷ ।ସେ କହିଛନ୍ତି କଲେକ୍ଟର ଅଫିସରେ ଦେଇଥିବା ଦାବି ପତ୍ର ଉପରେ ପଦକ୍ଷେପ ନ ନିଆଗଲେ ସିନ୍ଧୁଙ୍କୁ ଅପହରଣ କରିନେବେ।ବୃଦ୍ଧ ଜଣଙ୍କ କଲେକ୍ଟର ଅଫିସରେ ଜନ ଶୁଣାଣି ହେଉଥିବା ସମୟରେ ଦାବି ପତ୍ର ଦେଇଛନ୍ତି ।ଏବଂ ବୃଦ୍ଧ ଜଣଙ୍କ କହିଛନ୍ତି ତାଙ୍କ ବୟସ ୭୦ ନୁହେଁ, ୧୬ ବର୍ଷ ।ସେ ୨୦୦୪ ଏପ୍ରିଲ ୪ ତାରିଖରେ ଜନ୍ମ ଗ୍ରହଣ କରିଛନ୍ତି।
Comments are closed.