Odisha Link
Bridging the Missing Links in Odisha

ଅତ୍ୟାଧୁନିକ ଶୈଳୀରେ ପାଳିତ ହେଲା ନିଫ୍ଟ କନଭୋକେସନ୍

ଭୁବନେଶ୍ବର : ଭୁବନେଶ୍ୱରସ୍ଥିତ କିମ୍ସ ଅଡିଟରିୟମ୍ ରେ ନ୍ୟାସନାଲ୍ ଇଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି(ନିଫ୍ଟ) ତରଫରୁ ଏକ ଉଲ୍ଲାସମୁଖର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ଯେଉଁଥିରେ ୨୦୧୯ ବ୍ୟାଚର ୧୮୫ ଜଣ ଛାତ୍ରଛାତ୍ରିଙ୍କୁ ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଇଥିଲା । ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ପଶୁ ସମ୍ପଦ, ଗୋପାଳନ ଓ ମତ୍ସ୍ୟଚାଷ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ସଡଙ୍ଗୀ ମୁଖ୍ୟ ଅତିଥୀ ଭାବେ ଯୋଗ ନେଇଥିଲେ ।ତାଙ୍କ ସହିତ ଆଇ.ଆଇ.ଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ୍ ପ୍ରମୁଖ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ ।

ଏହି ଅବସରରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ପଶୁ ସମ୍ପଦ, ଗୋପାଳନ ଓ ମତ୍ସ୍ୟଚାଷ ମନ୍ତ୍ରୀ ପ୍ରତାପ ସଡଙ୍ଗୀ କହିଥିଲେ ଯେ, ଯେତେବେଳେ ଦେଶ ଗାନ୍ଧୀଜୀଙ୍କ ୧୫୦ ତମ ଜନ୍ମ ଜୟନ୍ତି ପାଳନ କରିବାକୁ ଯାଉଛି, ସେତେବେଳେ ଦୀର୍ଘମିଆଦିର ପ୍ରତିକ ଭାବେ ବିଶ୍ୱର ପ୍ରଥମ ସଷ୍ଟେନେବୁଲ ଫ୍ୟାଶନ କ୍ୟାମ୍ପସ ଭାବେ ପଞ୍ଜିକୃତ ହୋଇ ନିଫ୍ଟ ରାଜ୍ୟକୁ ଗର୍ବାନ୍ବିତ କରିଛି ।

ପୁନଶ୍ଚ ଆଇ.ଆଇ.ଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ୍ ଫ୍ୟାଶନ କ୍ଷେତ୍ରରେ ନବିକରଣର ଉତ୍ସାହ ଏବଂ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ପାଇଁ ସେମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।ମୁଖ୍ୟ ଅତିଥୀଙ୍କ ଦ୍ ନିଫ୍ଟର ଡିଜି,ନିଫ୍ଟ ଭୁବନେଶ୍ବର ନିର୍ଦ୍ଦେଶକ, କେନ୍ଦ୍ରୀୟ ସହଯୋଗୀ ଏବଂ ପଦକ ବିଜେତା ।ତା ପରେ ନିଫ୍ଟ ନିର୍ଦ୍ଦେଶକ ଡ. ବିନୟ ଭୂଷଣ ଜେନା ଶିକ୍ଷାନୁଷ୍ଠାନର ବାର୍ଷିକ ବିବରଣୀ ପୁଙ୍ଖାନୁପୁଙ୍ଖ ତର୍ଜମା କରିଥିଲେ,ଏହି ବର୍ଷଗୁଡିକରେ କଣ କଣ କିର୍ତ୍ତୀ ସ୍ଥାପନ କରିଛନ୍ତି ଏବଂଇନଷ୍ଟିଚ୍ୟୁଟର ବୃଦ୍ଧି କିପରି କେବଳ ଗୋଟିଏ ଦିଗରେ ନୁହେଁ ବରଂ ବିଭିନ୍ନ ଦୃଷ୍ଟିକୋଣରୁ ସୁପରିଚାଳନା କରୁଛି ।ଶିକ୍ଷାନୁଷ୍ଠାନର ପାଠ୍ୟଖସଡାରେ ଇନସିପ୍ସ, ଇଣ୍ଡଷ୍ଟ୍ରି ପରିଦର୍ଶନ, ଆଉଟ୍ବାଉଣ୍ଡ ପ୍ରୋଗ୍ରାମ୍ ଆଉ ମଧ୍ୟ ଜୀବନର ବାସ୍ତବ କାର୍ଯ୍ୟାବଳୀ , ଆଲୋଚନାଚକ୍ର ଏବଂ ସାକ୍ଷାତକାର ଆଦି ଯାହା ଛାତ୍ରଛାତ୍ରୀଙ୍କୁ ଇଣ୍ଡଷ୍ଟ୍ରିର କାର୍ଯ୍ୟପ୍ରଣାଳୀ ଜାଣିବାର ସୁଯୋଗ ପ୍ରଦାନ କରେ । ଅନୁଷ୍ଠାନର ପ୍ରଶାସନ ତରଫରୁ କୂଳପତିଙ୍କ ଦ୍ୱାରା ସ୍ନାତକ ମାନଙ୍କୁ ଶପଥ ଦିଆଯାଇଥିଲା ।

ଆଇ.ଏ.ଏସ୍ ତଥା ନିଫ୍ଟର ସାଧାରଣ ନିର୍ଦ୍ଦେଶକ ଶାନ୍ତମାନୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ ।ମୁଖ୍ୟ ଅତିଥି ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ଦେବା ସହିତ, ଫ୍ୟାଶନ ମ୍ୟାନେଜମେଣ୍ଟ ଷ୍ଟଡିଜ, ଫ୍ୟାଶନ ଟେକ୍ନୋଲୋଜି, ଫ୍ୟାଶନ ଓ ଜୀବନ ଶୈଳୀ ଏବଂ ଆକ୍ସେସିରିଜ୍, ଫ୍ୟାଶନ କମ୍ୟୁନିକେସନ୍, ଫ୍ୟାଶନ ଡିଜାଇନ୍ ଓ ଟେକ୍ସଟାଇଲ୍ ଡିଜାଇନ୍ ଆଦି ସମସ୍ତ ବିଭାଗର ସ୍ନାତକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରିଥିଲେ । ନିଫ୍ଟ ଭୁବନେଶ୍ୱରର ଆସୋସିଏଟ୍ ପ୍ରଫେସର ଏବଂ କ୍ୟାମ୍ପସ୍ ଏକାଡେମିକ କୋଡିନେଟର୍ ସୁଶ୍ମିତା ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଏହି ସମାବର୍ତ୍ତନ ଉତ୍ସବରେ କିଛି ମେରିଟ୍ ପୁରଷ୍କାର ମଧ୍ୟ ପ୍ରଦାନ କରାଯାଇଥିଲା,ସେମାନେ ହେଲେ ଅଗ୍ରିମା ସିଂ- ଷ୍ଟୁଡେଣ୍ଟ ଅଫ୍ ଦ ଇଅର ଏବଂ ସମ୍ପ୍ରିତି ସିଙ୍ଘ- ଏକ୍ସଟ୍ରା ଅର୍ଡିନାରୀ ସର୍ଭିସ୍ ଆୱାର୍ଡ ।ନିଫ୍ଟ, ସ୍ନାତକ ପାଇଁ ୨ ବର୍ଷ ଓ ୪ ବର୍ଷ ତାଲିମ୍ ପ୍ରଦାନ କରୁଅଛି । ଏହି କୋର୍ସ ଛାତ୍ରଛାତ୍ରୀଙ୍କୁ କ୍ରିଏଟିଭ୍ଡି ଜାଇନ୍, ଅତ୍ୟଧିକ ଅସୁବିଧା ପାଇଁ ପ୍ରଯୁକ୍ତିବିଦ୍ୟାଗତ ସମାଧାନ ଏବଂ ଫ୍ୟାଶନର ପରିଚର୍ଯ୍ୟା, ମ୍ୟାନେଜମେଣ୍ଟ ପ୍ରଯୁକ୍ତି ବିଦ୍ୟାପ୍ରଦାନ କରିବା ସହିତ ଯୋଗାଯୋଗ ଇଣ୍ଡଷ୍ଟ୍ରି ପାଇଁ ପ୍ରସ୍ତୁତ କରେ ।
ବୈଷୟୀକ ଜ୍ଞାନ କୌଶଳର ସୃଜନଶୀଳ ସୁଯୋଗ, ଏସମସ୍ତ କ୍ଷେତ୍ରକୁ ଧ୍ୟାନରେ ରଖି ଛାତ୍ରଛାତ୍ରୀଙ୍କୁ ବଜାର ଚାହିଦା ଅନୁଯାୟୀ ଅନେକ କାର୍ଯ୍ୟର ସୁଯୋଗ ସହ ପ୍ରଶିକ୍ଷଣ ଦିଆଯାଇଥାଏ । ନିଫ୍ଟ ବିଶ୍ୱର ଏକମାତ୍ର ଅନୁଷ୍ଠାନ ହେବାକୁ ଲକ୍ଷ ରଖିଛି,ଯେଉଁଠାରେ ଛାତ୍ରଛାତ୍ରୀମାନେ କ୍ଷେତଠୁ ଆରମ୍ଭ କରି ଫ୍ୟାଶନ ପର୍ଯ୍ୟନ୍ତ ସବୁଠି ଦୀର୍ଘମିଆଦି ଫ୍ୟାଶନକୁ ଅନୁଭବ କରିହେବ ।

Comments are closed.