ବିଏସଏନଏଲ ଅଫିସରେ ଅଗ୍ନିକାଣ୍ଡ

କଟକ: ସ୍ଥାନୀୟ ବଜ୍ରକବାଟୀ ରୋଡସ୍ଥିତ ବିଏସଏନଏଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ଭୀଷଣ ଆକାରରେ ନିଆଁ ଲାଗିଥିବା ସୂଚନା ମିଳିଛି ।
କାର୍ଯ୍ୟାଳୟର ଚତୁର୍ଥ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏନେଇ ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି । ନିଆଁ ଲିଭାଇବାକୁ ଏକାଧିକ ଅଗ୍ନିଶମ ଗାଡ଼ି ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି । ତେବେ ନିଆଁ ଲାଗିବା ଯୋଗୁଁ କଟକରେ ବିଏସଏନଏଲ ସେବା ଠପ ହୋଇଯାଇଛି । ତେବେ ଖବର ଲେଖା ସୁଦ୍ଧା ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ ।
Comments are closed.