Odisha Link
Bridging the Missing Links in Odisha

ପୁଣି ଥରେ କରଣ ଓ କଙ୍ଗନାଙ୍କ ଝଗଡ଼ା

ମୁମ୍ବାଇ : ବଲିଉଡ ର ଅଭିନେତା ହେଉ କି ଅଭିନେତ୍ରୀ ତାଙ୍କର ନିର୍ଦ୍ଦେଶକ କିମ୍ବା ପ୍ରଜୋଯକ ପରପ୍ସର ଭିତରେ ବିବାଦ ଚାଲି ରହିଥାଏ ।ସେହିପରି ଅଭିନେତ୍ରୀ କଙ୍ଗନା ରାଣାୱତ୍ ଓ ନିର୍ଦ୍ଦେଶକଓ ପ୍ରଜୋଯକ କରଣ ଜୋହରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।
ପୂର୍ବରୁ ବହୁତ ଥର ତାଙ୍କ ମଧ୍ୟରେ କଥା କଟା କଟି ର ଦୃଶ୍ୟ ସାମ୍ନାକୁ ଆସିଛି। ଏହି ବିବାଦ କିଛି ନୂଆ ନୁହେଁ । ଅନେକ ସମୟରେ ଦୁହେଁ ପରପ୍ସର ବିପକ୍ଷରେ ଆଲୋଚନା କରିଥାନ୍ତି ।କରଣ କଙ୍ଗନାଙ୍କୁ ଆଇଫାରେ ବେକାର ବୋଲି କହିଥିଲେ ଏବଂ ସେ ଏବେ କାମ ଖୋଜୁଥିବା କଥା ମଧ୍ୟ କହିଥିଲେ ।ଏହା ପରେ କଙ୍ଗନା କରଣଙ୍କୁ ନେପୋଟିଜିମ୍‌ କୁ ନେଇ ଆକ୍ରମଣ କରିଥିଲେ।
କରଣ ଜୋହର ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ ୨୦୧୯ରେ ଯୋଗ ଦେଇଥିଲେ । ଏହି କନ୍‌କ୍ଲେଭ୍‌ ରେ ତାଙ୍କୁ କଙ୍ଗନାଙ୍କ ସହ ଜଡ଼ିତ ଏକ ପ୍ରଶ୍ନ ପଚରା ଯାଇଥିଲା ।ପ୍ରଶ୍ନ ଟି ହେଲା , ଯଦି ଆପଣ ଦିନେ ସକାଳୁ କଙ୍ଗନା ରାଣାୱତ୍‌ ହୋଇ ଉଠିଲେ ତେବେ କ’ଣ କରିବେ? ।କରଣ କହିଥିଲେ ଯଦି ମୁଁ କଙ୍ଗନା ରାଣାଓ୍ଵତ୍‌ ହୋଇ ଉଠେ, ତେବେ ମୁଁ କେବଳ ମୋ ଅଭିନୟରେ ଧ୍ୟାନ ଦେବି ।ଏବେ ଦେଖିବାକୁ ବାକି ରହିଲା କରଣଙ୍କ ଏଭଳି ଉତ୍ତରରେ କଙ୍ଗନା କିପରି ପ୍ରତିକ୍ରିୟା କରୁଛନ୍ତି ।

Comments are closed.