Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୋରିଆ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଓଡ଼ିଶାରେ ପୁଣି ଥରେ ପୁଞ୍ଜି ନିବଶେ କରିପାରେ କୋରିଆ। ଏନେଇ ସୋମବାର କୋରିଆ ରାଷ୍ଟ୍ରଦୂତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଷ୍ଟ୍ରଦୂତ ସିନ ବଙ୍ଗକିଲଙ୍କ ସହ ୪୬ ଜଣିଆ ଶିଳ୍ପ ପ୍ରତିନିଧି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟିଛନ୍ତି। ପୋସ୍କୋ ଓଡ଼ିଶାରୁ ମୁହଁ ଫେରାଇବା ପରେ ପୁଣି ନିବେଶ ନେଇ ଆଶା ରଖିଛି। ପୋସ୍କୋ ନେଇ ତିକ୍ତ ଅନୁଭୂତି ଓ ଏଥିରୁ ଶିକ୍ଷା ବୋଲି ରାଷ୍ଟ୍ରଦୂତ ସିନ ବଙ୍ଗକିଲ କହିଛନ୍ତି। ପୋସ୍କୋ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷରେ ଓହରିଯାଇଥିଲା ବୋଲି ସିନ ବଙ୍ଗକିଲ କହିଛନ୍ତି। ପୋସ୍କୋ ଘଟଣାରୁ ଉଭୟ ପକ୍ଷ ଶିକ୍ଷାଲାଭ କରିଥିବା ଆଶା। ପୋସ୍କୋ ଶିକ୍ଷା ପରେ ଏବେ ନୂଆ କରି ଆରମ୍ଭ କରିବା ଓ ଆଗେଇବା ବୋଲି ସେ କହିଛନ୍ତି।

Comments are closed.