Odisha Link
Bridging the Missing Links in Odisha

ବିଜେପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବିଜେପୁର: ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜିଠାରୁ ଆରମ୍ଭ ହେବ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା। ଆଜିଠାରୁ ୩୦ ତାରିଖ ସୁଧା ଯେକୌଣସି ଦିନ ପୂର୍ବାହ୍ନ ୧୧ ଘଣ୍ଟା ଠାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀ ନିଜେ କିମ୍ବା ତାଙ୍କର କୌଣସି ପ୍ରସ୍ତାବକ ମନୋନୟନ ପତ୍ର ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଧିକାରୀ କିମ୍ବା ସହାୟକ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଦାଖଲ କରିପାରିବେ। ୩୦ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବା ବେଳେ, ଅକ୍ଟୋବର ୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୩ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ।
ସେପଟେ ନିର୍ବାଚନ ତାରିଖ ଘୋଷଣାର ପରେ ବିଜେପୁର ପାଇଁ ପାଗ ଭିଡୁଛନ୍ତି ପ୍ରମୁଖ ରାଜନୈତିକ ଦଳ। ଆଜି ନବୀନ ନିବାସରେ ବସୁଛି ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ବିଜେଡି ସମନ୍ୱୟ କମିଟି, ବିଜେପୁରର ତୃଣମୂଳ ସ୍ତରରୁ ଆସିଥିବା ରିପୋର୍ଟକୁ ଦଳୀୟ ସୁପ୍ରିମୋଙ୍କୁ ଦେବେ। ବରିଷ୍ଠ ନେତା ସଂଜୟ ଦାସବର୍ମା, ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ ଏବଂ କଳିକେଶ ସିଂଦେଓଙ୍କୁ ନେଇ ଗଠିତ ଏହି ୪ ଜଣିଆ ଟିମ୍ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସାମ୍ନାରେ ତାଙ୍କର ରିପୋର୍ଟ ରଖିବେ।

Comments are closed.