Odisha Link
Bridging the Missing Links in Odisha

ବଦଳିଲା ଅଗ୍ନିଶମ କର୍ମଚାରୀଙ୍କ ୟୁନିଫର୍ମ

ଭୁବନେଶ୍ବର: ଏଥର ରାଜ୍ୟ ସରକାର ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ ଲାଗୁ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି।
ବିଜ୍ଞପ୍ତି ଅନୁଯାୟୀ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଡ୍ୟୁଟିରେ ଥିବାବେଳେ ବର୍ତ୍ତମାନର ୟୁନିଫର୍ମ ପିନ୍ଧିବେ। ଅନ୍ୟ ଡ୍ୟୁଟି ବେଳେ ଲାଲ ରଙ୍ଗର ଟ୍ରାକ୍‌ ପ୍ୟାଣ୍ଟ ଓ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିବେ। ସେଥିରେ ଓଡିଶା ଫାୟାର ସର୍ଭିସ୍ ଲେଖା ନୂଆ ୟୁନିଫର୍ମରେ ଫାୟାର ଲେଖାରହିବ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା ଓ ବାତ୍ୟା ସମୟରେ ନୂଆ ୟୁନିଫର୍ମ ପିନ୍ଧିବେ।

Comments are closed.