Odisha Link
Bridging the Missing Links in Odisha

ସାପ ନେଲାଣି ୬ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାପ କାମୁଡ଼ାରେ ମୋଟ ୬ ଜଣଙ୍କ ମୃତୁ୍ୟ ହୋଇଛି। ଗଞ୍ଜାମରେ ୩, ଅନୁଗୁଳରେ ୨ ଏବଂ କେନ୍ଦୁଝର ଜିଲ୍ଲା ତେଲକୋଇରେ ଜଣଙ୍କର ମୃତୁ୍ୟ ହୋଇଛି।
ଗଞ୍ଜାମର କଦଳା ବି.ନୂଆପଲ୍ଲୀ ଗ୍ରାମରେ ୪ ବର୍ଷର ପୁଅ ସହ ମା’ର ମୃତୁ୍ୟ ହୋଇଛି। ସେହିପରି କବିସୂର୍ଯ୍ୟନଗରରେ ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି। ଏହାଛଡ଼ା କେନ୍ଦୁଝର ଜିଲ୍ଲା ତେଲକୋଇରେ ଜଣେ ମହିଳାଙ୍କ ମୃତୁ୍ୟ ହୋଇଛି।
ଅନୁଗୁଳ ବେନ୍ତପୁର ଗାଁରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଯାଁଳା ଭଉଣୀଙ୍କ ମୃତ୍ୟୁ ହୋଇଛି। ଦୁଇ ଭଉଣୀ ହେଲେ ବେନ୍ତପୁରର ସୁମନ୍ତ ସାହୁଙ୍କ ଯାଁଳା ଝିଅ ସୁଜାତା ଓ ରୋଜାଲିନ। ସେମାନଙ୍କ ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି। ଘରେ ଶୋଇଥିବା ସମୟରେ ରବିବାର ବିଳମ୍ବିତ ରାତିରେ ଉଭୟଙ୍କୁ ସାପ କାମୁଡ଼ିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ନେବା ବାଟରେ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି।

Comments are closed.