ବିଭାଗୀୟ ମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ସାମାଜିକ କର୍ମୀ
ଭୁବନେଶ୍ୱର: ଗୋଟିଏ ପଟରେ ପଲିଥିନ୍ ଓ ଜରିକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର ଅନ୍ୟ ପଟରେ କଟକଣା ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରୁଛନ୍ତି ,ହେଲେ ଅସଲ ଦୁଃଖ ଭୋଗୁଛନ୍ତି ସାଧାରଣ ଜନତା । ପଲିଥିନ୍ ଓ ଜରିର ଗଦା ଗଦା ବର୍ଜ୍ୟ ମାଟି, ପାଣି ଓ ପବନକୁ ବିଷାକ୍ତ କରିପକାଉଛି । କେବଳ ଓମ୍ଫେଡ଼ ଭଳି ସରକାରୀ ସହ ବନ୍ଧିତ ସଂସ୍ଥା ଓ ବେସରକାରୀ ଦୁଗ୍ଧ ଉତ୍ପାଦକ ସଂସ୍ଥା ଦିନକୁ ୨୦ ଲକ୍ଷ ପ୍ୟାକେଟ୍ ପଲିଥିନ୍ ବଜାରକୁ ଛାଡୁଛନ୍ତି ।
ଓମ୍ଫେଡ଼ ଭଳି ପ୍ଲାଷ୍ଟିକ ପାଣି ବୋତଲ, କ୍ଷୀର, ଦହି, ଜଙ୍କଫୁଡ୍,ତେଲ, ମସଲା ପ୍ୟାକେଟ୍, ଘିଅ ଇତ୍ୟାଦିର ଜରି ପ୍ୟାକେଟମାନ ଉତ୍ପାଦକମାନେ ବଜାରକୁ ଛାଡ଼ୁଛନ୍ତି ।ଖାଉଟି ଏସବୁ ପ୍ୟାକେଟ୍ ବ୍ୟବହାର ପରେ ଅଳିଆ ଗଦାରେ ଫିଙ୍ଗିଦେଇ ଯାଉଛନ୍ତି ଯାହା ମାଟି ଓ ପାଣିକୁ ବିଷାକ୍ତ କରାଉଛି । ବ୍ୟବସାୟିକ ସଂସ୍ଥାଗୁଡ଼ିକ ମୁନାଫା କମାଉଥିବା ବେଳେ ପରିବେଶର ସ୍ୱାସ୍ଥ୍ୟକୁ ବିଗାଡ଼ି ଚାଲିଛନ୍ତି । ତେଣୁ ଏ ସବୁ ପ୍ୟାକେଟର ଉତ୍ପାଦକ ଓ ପ୍ୟାକେଜିଂ କମ୍ପାନୀ ବ୍ୟବହୃତ ପରେ ଖାଉଟିମାନଙ୍କ ଠାରୁ ଜରି କିଣିନେବାର ବ୍ୟବସ୍ଥା କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ତୁରନ୍ତ ଚାପ ସୃଷ୍ଟି କରୁ ବୋଲି ସାମାଜିକ କର୍ମୀ ସୁଶାନ୍ତ କୁମାର ସାହୁ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଯଦି ଜରି ଉତ୍ପାଦକ କିମ୍ବା ପ୍ୟାକେଜିଂ କରୁଥିବା ସଂସ୍ଥା ବ୍ୟବହାର ପରେ ଖାଉଟିମାନଙ୍କ ଠାରୁ ପ୍ଲାଷ୍ଟିକ୍ ବୋତଲ, ତେଲ ଓ ଘିଅ ପାଉଚ୍ ଆଦି କିଣିନେବାର ବ୍ୟବସ୍ଥା ରଖନ୍ତେ, ତେବେ ରାସ୍ତା ଉପରେ ଗଦା ହୋଇ ପୂତ୍ତି ଗନ୍ଧମୟ ପରିବେଶ ସୃଷ୍ଟି କରିନଥାନ୍ତା ବୋଲି ସୁଶାନ୍ତ କହିଛନ୍ତି । ଜଙ୍ଗଲ ଓ ପରିବେଶ ମବୀ ବିକ୍ରମ କେଶରୀ ଆରୁଖଙ୍କୁ ଏକ ପତ୍ର ମାଧ୍ୟମରେ ସାହୁ ଭୁବନେଶ୍ୱର ସହରରେ ପଲିଥି ଭୟାବହତା ସୂଚାଇବା ସହିତ ତୁରନ୍ତ ପଲିଥିନ୍ ଓ ଜରିକୁ ବ୍ୟବହାର କରି ବ୍ୟବସାୟ କରୁଥିବା ସଂସ୍ଥା ଉପରେ ଜରି ପ୍ୟାକେଟମାନ କିଣିନେବା ପାଇଁ ଚାପ ସୃଷ୍ଟି ପାଇଁ ଦାବି କରିଛନ୍ତି ।
Comments are closed.