Odisha Link
Bridging the Missing Links in Odisha

୨ଟି ବାଇକକୁ ଧକ୍କା ଦେଲା ଟ୍ରକ

ଢେଙ୍କାନାଳ: ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଶକ୍ତି ସୁଗାର କାରଖାନା ନିକଟରେ ଏକ ଟ୍ରକ ପ୍ରଥମେ ବାଇକକୁ ଧକ୍କା ଦେଇଥିଲା। ଏହାପରେ କୋରିଆଁ ଛକରେ ଉକ୍ତ ଟ୍ରକଟି ପୁଣି ଆଉ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ। ମୃତଦେହ ପଡ଼ିରହିଥିବାରୁ ଜାତୀୟ ରାଜପଥର ଉଭୟ ପଟେ ଶହଶହ ଯାନ ଅଟକି ରହିଥିବା ସୂଚନା ମିଳିଛି।

Comments are closed.