କର୍ମୀଙ୍କୁ ଚାପୁଡ଼ା ମାରିବା ଘଟଣା: ଚନ୍ଦ୍ରଶେଖରଙ୍କ ସଫେଇ, କହିଲେ..

ଭୁବନେଶ୍ବର: ବିଜେଡି କର୍ମୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ମୁହଁ ଖୋଲିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ। ସେ କହିଛନ୍ତି ଯେ, ମୁଁ ଏଥିପାଇଁ ଅନୁତପ୍ତ। ମୋର ଏପରି କରିବାର ନଥିଲା। ମୋର ବି ଭୁଲ ହୋଇଥାଇ ପାରେ ବୋଲି କହିଲେ ସାଂସଦ।
ଏଥିସହିତ ସେ କହିଛନ୍ତି ଯେ, ଘଟଣା ସମୟରେ ସଂଗ୍ରାମ ଟିକେ ବଶୃଙ୍ଖଳିତ ହୋଇପଡ଼ିଥଲେ। ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ତାଙ୍କୁ ଉତ୍ତରୀୟ ପିନ୍ଧାଉଥିଲେ ହେଲେ ସେ ତାଙ୍କଠୁ ନପିନ୍ଧି ମୋ ହାତରୁ ପିନ୍ଧିବାକୁ କହିଥିଲେ। ଫଳରେ ମୁଁ ତାଙ୍କୁ ବିରକ୍ତ ହୋଇ ଗୋଟେ ଚାପୁଡ଼ା ଦେବି କହି ଠେଲି ଦେଇଥିଲି। କିନ୍ତୁ ଚାପୁଡ଼ା ମାରି ନଥିଲି।
ପରେ ସଂଗ୍ରାମ ମଧ୍ୟ ସେ ଘଟଣାକୁ ନେଇ ଭୁଲ ମାଗି ଥିଲେ। ହେଲେ ।ମୁଁ ସେତେବେଳେ ଟେମ୍ପର ଲୁଜ୍ କରିବାର ନଥିଲା। ମୁଁ ତାଙ୍କୁ ସେହି ସମୟରେ ବୁଝାଇଦେଇଥିଲେ ଭଲ ହୋଇଥାନ୍ତା ବୋଲି କହିଲେ ଚନ୍ଦ୍ରଶେଖର। ଆହୁରି ମଧ୍ୟ କହିଛନ୍ତି ଯେ, ଏଟା ଆମ ଘର କଥା ଏବଂ ଛୋଟ କଥାଟିଏ। ହେଲେ ଗଣମାଧ୍ୟମ ଅଯଥା ତିଳକୁ ତାଳ କରୁଛି ବୋଲି କହିଲେ ସାଂସଦ।
Comments are closed.