ଏଏସ୍ପି ଡିଏସ୍ପି ବଦଳି
![](https://www.odishalink.com/wp-content/uploads/2019/09/odisha-police-1.jpg)
ଭୁବନେଶ୍ବର: କିଶୋର ଚନ୍ଦ୍ର ଦାଶଙ୍କୁ କ୍ରାଇମବ୍ରାଞ୍ଚ ଡିଏସ୍ପି ଭାବେ ବଦଳି ହୋଇଛନ୍ତି। କମିଶନରେଟରୁ ଖୋର୍ଦ୍ଧା ଆଇସିଏଡ୍ୟୁ ଗଲେ ଡିଏସ୍ପି ଅନୁପ କାନୁନଗୋ। ଶରତ କୁମାର ମିଶ୍ରଙ୍କୁ ପୁରୀ ଅତିରିକ୍ତ ଏସ୍ପି ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ। ଆଲୋକ କୁମାର ଦାସ ହେଲେ କ୍ରାଇବବ୍ରାଞ୍ଚ ଅତିରିକ୍ତ ଏସ୍ପି। ନୃପଚନ୍ଦ୍ର ଦଣ୍ଡସେନା ହେଲେ ତାଳଚେର ରେଂଜ ଡିଆଇଜି ଅଫିସ୍ ଏଏସପି। ସୁଶାନ୍ତ କୁମାର ସେନ୍ ହେଲେ କେନ୍ଦ୍ରପଡ଼ା ପିସିଆର୍ ସେଲ୍ ଡିଏସ୍ପି।କୃଷ୍ଣପ୍ରସାଦ ପଟ୍ଟନାୟକ ହେଲେ କନ୍ଧମାଳ ହୋମଗାର୍ଡ ଡିଏସ୍ପି। ଅରୁଣ କୁମାର ସାହୁ ହେଲେ କ୍ରାଇମବ୍ରାଞ୍ଚ ଏସଟିଏଫ୍। ବ୍ରଜମୋହନ ପ୍ରଧାନଙ୍କୁ ଏଚ୍ଆର୍ପିସି ଡିଏସ୍ପି ଭାବେ ବଦଳି କରାଯାଇଛି।
Comments are closed.