ତେଲୁଗୁ ହାସ୍ୟ ଅଭିନେତାଙ୍କ ପରଲୋକ
![](https://www.odishalink.com/wp-content/uploads/2019/09/870735-venu.jpg)
ହାଇଦ୍ରାବାଦ: ତେଲୁଗୁ ଇଣ୍ଡଷ୍ଟ୍ରିରେ ଶୋକ ଶାୟା ଖେଳି ଯାଇଛି ।କାରଣ ପ୍ରସିଦ୍ଧ ତେଲୁଗୁ ହାସ୍ୟ ଅଭିନେତା ଭେନୁ ମାଧବଙ୍କ ପରଲୋକ ହୋଇ ଯାଇଛି। ସେ ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାିତ ହେଉଥିଲେ । କିନ୍ତୁ ତାଙ୍କର ଆଜି ଅପରାହ୍ଣ 12.30 ରେ ଦେହାନ୍ତ ହୋଇଛି। ସେ ଖୁବ୍ କମ୍ ବୟସରେ ସାଉଥ୍ ସିନେମା ଇଣ୍ଡଷ୍ଟ୍ରିର ଜଣେ ଆଗଧାଡ଼ିର କମେଡିଆନ ଭାବେ ପରିଚିତ ହୋଇଥିଲେ ।
ତାଙ୍କୁ ୩୯ ବର୍ଷ ବୟସ ହୋଇଥିଲା ।ସେ ଲିଭର୍ ଓ କିଡ୍ନୀ ସଂକ୍ରାନ୍ତୀୟ ରୋଗରେ ପୀଡ଼ିତ ଥିଲେ ଓ ଆଇସିୟୁର ଭେଣ୍ଟିଲେଟର ସପୋର୍ଟରେ ତାଙ୍କୁ ରଖାଯାଇଥିଲା । ଭେନୁ ମାଧବଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ମିଡ଼ିଆରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ସେ ଏହାକୁ ଭୁଲ୍ ପ୍ରମାଣିତ କରି ପୁଣି ପରଦାକୁ ଫେରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ।
ଭେନୁ ୧୯୭୯ ମସିହାରେ ତେଲେଙ୍ଗାନାର କୋଡାଡ୍ ସହରରେ ଜନ୍ମଗ୍ରହଣ କରିଥିଲେ ।ଭେନୁ ସିନେମାରେ ଅଭିନୟ କରିବା ପୂର୍ବରୁ ମିମିକ୍ରି ଆର୍ଟିଷ୍ଟ ଥିଲେ। ସେ ‘ସମ୍ପ୍ରଦାୟମ୍’ ସିନେମା ଜରିଆରେ ସିନେମା ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ‘ସୁସ୍ୱାଗଥମ୍’ ‘ଥୋଲି ପ୍ରେମା’ ଓ ‘ଥାମ୍ମୁଡୁ’ ଭଳି ସୁପରହିଟ୍ ସିନେମାରେ ଅଭିନୟ କରି ସେ ବହୁତ କମ୍ ଦିନରେ ଲୋକଙ୍କ ପ୍ରିୟ ଅଭିନେତା ହୋଇପାରିଥିଲେ।ସେ ଟେଲିଭିଜନ୍ ପ୍ରୋଗ୍ରାମରେ ହୋଷ୍ଟ ଭାବେ ଦର୍ଶକଙ୍କ ତାଳି ସାଉଣ୍ଟିଥିଲେ ।
Comments are closed.