ଜଳିଗଲା ଗ୍ୟାରେଜ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣେଇ ଅନ୍ତର୍ଗତ ଦେଓଗାଁ ପେଟ୍ରୋଲ ପମ୍ପ ନିକଟରେ ଆଜି ଏକ ଗ୍ୟାରେଜରେ ନିଆଁ ଲାଗି ଗ୍ୟାରେଜରେଥିବା ଲକ୍ଷାଧିକ ଟଙ୍କାର ସ୍ପେୟାର ପାର୍ଟ ଜଳି ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି।
ମିଳିଥିବା ସୂଚନା ଅନୁସାରେ , ବଣେଇ ସହର ସ୍ଥିତ ଦେଓଗାଁ ପେଟ୍ରୋଲ ପମ୍ପ ନିକଟରେ ବଣାଇର ନଓ୍ବାଜ ନାମକ ଜଣେ ବାଇକ ମିସ୍ତ୍ରୀ ଏକ ଗ୍ୟାରେଜ କରିଥିଲେ। ସେ ସବୁଦିନ ପରି ବୁଧବାର ରାତିରେ କାମ ସାରି ଗ୍ୟାରେଜ ବନ୍ଦକରି ଘରକୁ ଯାଇଥିଲେ। ସକାଳୁ ଧୂଆଁ ବାହାରୁଥିବା ତାଙ୍କ ଗ୍ୟାରେଜରେ କାମ କରୁଥିବା ହେଲପର ଦେଖିଥିଲେ। ଏହାପରେ ସେ ମାଲିକଙ୍କୁ ଖବର ଦେବାପରେ ଦମକଳ କେନ୍ଦ୍ରକୁ ଜଣାଇଥିଲେ। ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଗ୍ୟାରେଜରେ ଥିବା ସମସ୍ତ ସାମାଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ପୋଡ଼ି ଯାଇଥିବା ସାମଗ୍ରୀର ଆନୁମାନିକ ମୁଲ୍ୟ ପ୍ରାୟ ଦୁଇରୁ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଗ୍ୟାରେଜ ମାଲିକ କହିଛନ୍ତି।
Comments are closed.