ଅମିତାଭ ବଚ୍ଚନଙ୍କ ;କୁଲିରୁ ଦାଦା ସାହେବ୍ ଫାଲ୍କେ:ପଢ଼ନ୍ତୁ ତାଙ୍କର କାହାଣୀ

ମୁମ୍ବାଇ: ବଲିଉଡ ଜଗତର ସେହେନ୍ସା ଓ ସମସ୍ତଙ୍କର ପ୍ରିୟ ହେଉଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ସେପ୍ଟେମ୍ବର ୨୪ରେ ସୁପରଷ୍ଟାର ଅଭିନତାଭ ବଚ୍ଚନଙ୍କୁ ଦାଦା ସାହେବ୍ ଫାଲ୍କେ ସମ୍ମାନରେ ସମ୍ମାନିତ କରିବାପାଇଁ ଘୋଷଣା କରାଯାଇଛି । ଦାଦା ସାହେବ ଫାଲ୍କେ ପୁରସ୍କାର ପ୍ରସିଦ୍ଧ ସିନେ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସଂଳାପ ଲେଖକ ଧୁନ୍ଦିରାଜ ଗୋବିନ୍ଦ ଫାଲ୍କେ ବା ଦାଦା ସାହେବ୍ ଫାଲ୍କେଙ୍କ ନାମରେ ଦିଆଯାଇଥାଏ। ସେ ତାଙ୍କ ଜୀବନରେ ଅନେକ ସଂଘର୍ଷ କରି ସୁପରଷ୍ଟାରର ଆସନ ବସିଛନ୍ତି ।ତାଙ୍କ ବୟସ , ଅଭିନୟ ଆଗରେ ହାର ମାନି ଯାଇଛି।
ଏବେ ତାଙ୍କର ୩୭ବର୍ଷ ପୁରୁଣା ଏକ ଭିଡିଓଟି ସୋସିୟାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।ଏହି ଭିଡିଓଟି ହେଉଛି ୧୯୮୩ ମସିହାର କୁଲି ସିନେମା ସମୟର ।ଏହି ସିନେମା ସୁଟିଙ୍ଗରେ ସେ ଏକ ବଡ ଦୁର୍ଘଟଣାର ସିକାର ହୋଇଥିଲେ ।ସେ ସମୟରେ ସେ ମୃତ୍ୟୁର ଦ୍ବାରକୁ ଲାଘିଂ ପଲେଇ ଆସିଥିଲେ ଓ ସେ ଦିନ ସେପ୍ଟେମ୍ବର ୨୪ ଥିଲା ।ତାଙ୍କର ସର୍ଜରୀ ହୋଇଥିବାରୁ ତାଙ୍କୁ ୧ମାସ ହସପିଟାଲରେ ରହିବାକୁ ପଡିଥିଲା ।ତାପରେ ତାଙ୍କୁ ପରିବାର ଲୋକ ,ମିଡିଆ ଘରକୁ ସ୍ବାଗତ କରିଥିଲେ ।ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ ,ତାଙ୍କ ପିତା ପ୍ରଥମ ଥର ପାଇଁ ସେ ଦିନ କାନ୍ଦି ଥିଲେ ।
୧୯୭୩ରେ ପ୍ରକାଶ ମେହେରାଙ୍କ ‘ଜଞ୍ଜିର୍’ ସିନେମା ପାଇଁ ଅଭିନୟ କରିଥିଲେ।ତାଙ୍କୁ ବହୁତ କଷ୍ଟରେ ମୁଖ୍ୟ ଭୂମିକା ଅଭିନୟ କରବାକୁ ମିଳିଥିଲା। ବହୁତ କଷ୍ଟରେ ସିନେମା ରିଲିଜ୍ ହୋଇଥିଲା ଓ ପରେ ସୁପର୍ହିଟ୍ ମଧ୍ୟ ହୋଇଥିଲା ।
ସେ ୧୯୮୪ରେ ରାଜନୀତିରେ ପାଦ ଦେଇଥିଲେ ଓ ସର୍ବାଧିକ ଭୋଟ ପାଇ ଜୟଯୁକ୍ତ ହୋଇଥିଲେ। ଅମିତାଭ ୩ ବର୍ଷ ପରେ ଅଭିନୟ ପାଇଁ ରାଜନୀତିରୁ ସନ୍ନ୍ୟାସ ନେଇଯାଇଥିଲେ ।ଓ ୟଶ ଚୋପ୍ରା ‘ମୋହବତେଁ’ରେ ଅମିତାଭ ବଚ୍ଚନ କାମ କରିଥିଲେ। କୋନ ବନେଙ୍ଗା କରୋଡ ପତି ସେଟ ରେ ତାଙ୍କର ପୁରୁଣା କଥା ମନେ ପଡି ଯାଇଥିଲା କାରଣ କେ.ବି.ସି ଖେଳିବା ପାଇଁ ଡ଼ ମାନା ରାବ ଆସିଥିଲେ । ଡ଼ ମାନା ରାବ କୁଲି ସିନେମା ସମୟରେ ହୋଇଥିବା ଦୁର୍ଘଟଣାରେ ତାଙ୍କର ସର୍ଜରୀ କରିଥିଲେ ।
Comments are closed.