୨୦୨୦ ସୁଦ୍ଧା ଭୁବନେଶ୍ବରରେ ବ୍ୟାଡମିଣ୍ଟନ କେନ୍ଦ୍ର

ଭୁବନେଶ୍ବର: ସାରା ବିଶ୍ବରେ ଭାରତୀୟ ବ୍ୟାଡମିିଣ୍ଟନ ତାରକାଙ୍କ ଦବଦବା ଦେଖିବାକୁ ମିଳୁଛି। ସେହିଭଳି ରାଜ୍ୟର ବ୍ୟାଡମିଣ୍ଟନ ଖେଳାଳି କିଭଳି ଜାତୀୟ ତଥା ଅର୍ନ୍ତଜାତୀୟ ସ୍ତରରେ ନିଜର ଦବଦାବା ଦେଖାଇ ପାରିବେ ସେ ନେଇ ଆରମ୍ଭ ହୋଇଛି ଯୋଜନା। ରାଜ୍ୟରେ ଥିବା ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ଖୁସି ଖବର। କାହିଁକିନା ରାଜ୍ୟରେ ପ୍ରତିଷ୍ଠା ହେବ ବ୍ୟାଡମିଣ୍ଟନ ହାଇ ପର୍ଫର୍ମାନ୍ସ ସେଣ୍ଟର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଚୂଡ଼ାନ୍ତ ନକ୍ସାକୁ ଆଜି ଅନୁମୋଦନ ଦେଇଛନ୍ତି। ଏଥିସହିତ ଡିସେମ୍ବର ୨୦୨୦ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।
ପୁଲ୍ଲେଲା ଗୋପିଚାନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନ୍ ପକ୍ଷରୁ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ନିଜ ସିଏସ୍ଆର ପାଣ୍ଠିରୁ ୩୦ କୋଟି ଟଙ୍କା ପ୍ରଦାନ କରିଛି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋର ବିଶ୍ବାସ ଯେ, ଶ୍ରୀ ଗୋପିଚାନ୍ଦଙ୍କ ଲକ୍ଷ୍ୟ ଏବଂ ଡାଲମିଆ ଭାରତର ସହଯୋଗରେ ନିର୍ମିତ ହେବାକୁ ଥିବା ବ୍ୟାଡମିଣ୍ଟନ ହାଇ ପର୍ଫର୍ମାନ୍ସ ସେଣ୍ଟର ସାରା ବିଶ୍ବର ଏକ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ସେଣ୍ଟର ଭାବେ ଉଭା ହେବ। ଏଥିପାଇଁ ରାଜ୍ୟ ସରକାର ୩ ଏକର ଜମି ଯୋଗାଇ ଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Comments are closed.