ଆଜି ମୁହାଁମୁହିଁ ହେବେ ମୋଦି-ଇମ୍ରାନ୍

ନ୍ୟୁୟର୍କ: ଆଜି ଜାତିସଂଘ ସାଧାରଣ ପରିଷଦରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ଆଜି ପ୍ରଥମ ଥର ପାଇଁ ଗୋଟିିଏ ବୈଠକରେ ମୋଦି-ଇମ୍ରାନ୍ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଯାହାକୁ ଦୁଇ ଦେଶର ଲୋକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଦେଖିବା ପାଇଁ। ଭାରତୀୟ ସମୟ ଅନୁସାରେ ରାତି ୮ଟା ୧୫ ମିନିଟରେ ମୁହାଁମୁହିଁ ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍।
କଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ବାରମ୍ୱାର ଅନେକ ମନ୍ତବ୍ୟ ଦେଉଥିବା ବେଳେ ଭାରତ ମଧ୍ୟ ବିଭିନ୍ନ ମଞ୍ଚରେ କଡ଼ା ଜବାବ ଦେଉଛି। ଯାହାକି ପାକିସ୍ତାନକୁ ନିରାଶ କରିଛି। ଏହି ସମୟରେ ପ୍ରତ୍ୟେକ ବକ୍ତା ୧୫ ମିନିଟ୍ ଲେଖାଏଁ କହିବାକୁ ସୁଯୋଗ ପାଇବେ। ବିଭିନ୍ନ ସମୟରେ କିନ୍ତୁ ବକ୍ତା ମାନେ ନିର୍ଦ୍ଧାରିତ ସମୟରୁ କମ୍ ବେଶୀ ସମୟ ନିଜର ଅଭିଭାଷଣ ରଖନ୍ତି। ତେଣୁ ମୋଦିଙ୍କ ଅଭିଭାଷଣରେ ଆଗ ପଛ ହୋଇପାରେ। ଇମ୍ରାନ୍ ଖାନ୍ କଶ୍ମୀର ପ୍ରସଙ୍ଗରେ ଜାତିସଂଘରେ ଉଦବୋଧନ ଦେବେ ବୋଲି ଜଣାପଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନର ନା ନନେଇ ଆତଙ୍କବାଦ ବିରୋଧରେ ନିଜର ମତ ରଖିବେ ବୋଲି ଜଣାପଡ଼ିଛି।
ଅପରପକ୍ଷେ, ଗତକାଲି ସାର୍କ ଦେଶର ବୈଠକରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେଶୀ କଶ୍ମୀର ପ୍ରସଙ୍ଗରେ ନିଜର ମତ ରଖିଥିଲେ। ଏହାପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ନିଜର ମତ ରଖୁଥିବା ବେଳେ ସେ ସେହି ସ୍ଥାନ ଛାଡ଼ି ପଳାଇଥିଲେ।
ତେବେ ଭାରତ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କଣ କହୁଛନ୍ତି ତାହା ଦେଶ ସମେତ ସାରା ବିଶ୍ବବାସୀଙ୍କ ନଜର ରହିଛି।
Comments are closed.