ବାବ୍ରି ମସ୍ଜିଦ୍ ଭଙ୍ଗା ମାମଲା: କଲ୍ୟାଣ ସିଂହ କୋର୍ଟରେ ହାଜର
ଲକ୍ଷ୍ନୌ: ଆଜି କୋର୍ଟରେ ହାଜର ହୋଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ। ବିବାଦୀୟ ବାବ୍ରି ମସ୍ଜିଦ୍ ଭଙ୍ଗା ମାମଲାରେ କଲ୍ୟାଣ ସିଂହ ଶୁକ୍ରବାର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଛନ୍ତି। ତାଙ୍କୁ ଏନେଇ ପୂର୍ବରୁ ସମନ୍ ଜାରି କରାଯାଇଥିଲା।
କୋର୍ଟ ବର୍ତ୍ତମାନ କଲ୍ୟାଣଙ୍କ ସହ ଏହି ମାମଲା ସହ ଜଡ଼ିତ ବିଭିନ୍ନ ନେତା ଯଥା ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଷୀ ଏବଂ ଉମା ଭାରତୀ ଆଦିଙ୍କ ବିରୋଧରେ ରହିଥିବା ମସ୍ଜିଦ୍ ଭଙ୍ଗା ଷଡ଼ଯନ୍ତ୍ର ମାମଲାରେ ଶୁଣାଣି କରୁଛନ୍ତି। ଚଳିତ ମାସ ପ୍ରଥମ ସପ୍ତାହରେ କଲ୍ୟାଣଙ୍କର ରାଜସ୍ଥାନ ରାଜ୍ୟପାଳ ଦାୟିତ୍ୱ ସରିବା ନେଇ ସୂଚନା ମିଳିବା ପରେ ତାଙ୍କୁ ସମନ୍ ଜାରି କରାଯାଇଥିଲା।
କଲ୍ୟାଣ ସିଂହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ଏହି ଷୋଡ଼ଷ ଶତାବ୍ଦୀର ଢାଞ୍ଚାକୁ ଭଙ୍ଗାଯାଇଥିଲା। ସେ ରାଜ୍ୟପାଳ ଥିବା ସମୟରେ କୌଣସି ଅପରାଧିକ ତଦନ୍ତ ମର୍ଯ୍ୟାଦା ହାନି କରିବାର ଥିବାରୁ ସେ ଏହି ଦାୟିତ୍ୱରୁ ନିବୃତ ହେବା ପରେ ଶୁଣାଣି ହେବ ବୋଲି ସୂଚନା ମିଳିଛି। କଲ୍ୟାଣ ଚଳିତ ମାସରେ ହିଁ ପୁଣିଥରେ ବିଜେପିରେ ସାମିଲ ହୋଇଛନ୍ତି।
Comments are closed.