ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ ରାକେଶ କୁମାର ସିଂ ଭଦୌରିଆ

ନୂଆଦିଲ୍ଲୀ: ନୂଆ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ରାକେଶ କୁମାର ସିଂ ଭଦୌରିଆ। ଆଜି ଏୟାର ଚିଫ ମାର୍ଶାଲ ବି.ଏସ. ଧନୱାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଏସ୍ ଧନୱା ବାୟୁସେନା ମୁଖ୍ୟ ପଦରୁ ଆଜି ଅବସର ଗ୍ରହଣ କରିଛନ୍ତି। ବାୟୁସେନାର ଜଣେ ଦକ୍ଷ ପାଇଲଟ ହେଉଛନ୍ତି ରାକେଶ କୁମାର ସିଂହ ଭଦୌରିଆ। ସେ ରାଫେଲ ସହ ୨୬ ପ୍ରକାରର ଲଢୁଆ ବିମାନ ଉଡାଇସାରିଛନ୍ତି।
କେନ୍ଦ୍ର ସରକାର ବାୟୁସେନାର ନୂଆ ମୁଖ୍ୟ ନାମ ଘୋଷଣା କରିଛନ୍ତି। ଭାରତୀୟ ବାୟୁସେନାକୁ ମିଳିଲା ନୂଆ ମୁଖ୍ୟ। ଏୟାର ମାର୍ଶାଲ ରାକେଶ କୁମାର ସିଂହ ଭଦୌରିଆ ବାୟୁସେନାର ମୁଖ୍ୟଭାବେ ଦାୟିତ୍ୱ ନେଇଛନ୍ତି। ରାକେଶ କୁମାର ସିଂ ଭଦୌରିଆ ମେ ୧ରେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ।
ରାଫେଲ ଫାଇଟର ଜେଟ୍ ଉଡାଇବାରେ ସେ ହେଉଛନ୍ତି ବାୟୁସେନାର ପ୍ରଥମ ପାଇଲଟ। ୧୯୮୦ ମସିହାରେ ଭଦୋରିଆ ତାଙ୍କର କ୍ୟାାରିଆର ଆରମ୍ଭ କରିଥିଲେ। ୪ ହଜାର ୨ଶହ ୫୦ ଘଣ୍ଟା ଯାଏ ଫାଇଟର ବିମାନ ଓ ଟ୍ରାନ୍ସପୋର୍ଟ ଏୟାରକ୍ରାଫଟ ଉଡାଇବାର ସେ ଅଭିଜ୍ଞତା ରଖିଛନ୍ତି। ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ ଓ ବାୟୁ ସେବା ମେଡାଲ ମିଳିସାରିଛି। ପୁନେର ନ୍ୟାସନାଲ ଡିଫେସନ୍ସ ଏକାଡେମୀରୁ ତାଲିମ ନେଇଛନ୍ତି ଭଦୌରିଆ। ଏହାଛଡା ବାଂଲାଦେଶର କମାଣ୍ଡ ଓ ଷ୍ଟାଫ କଲେଜରୁ ଡିଫେନ୍ସ ଷ୍ଟଡିଜରେ ସେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ନିଜର ଚାକିରୀକାଳରେ ଭଦୋରିଆ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ସୂଚନା ଅନୁସାରେ ଆଜି ବିଧିବଦ୍ଧ ଭାବେ ଦାୟତ୍ୱ ଗ୍ରହଣ କରିତିଲେ ହେଁ ସେପ୍ଟେମ୍ବର ୧୯ରେ ଏହାର ଘୋଷଣା ହୋଇସାରିଥିଲା।
Comments are closed.