ଆଉ ନିର୍ବାଚନ ଲଢିବିନି

ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ଆଉ ନିର୍ବାଚନ ଲଢିବେନି। ଏନେଇ ନିଜେ କହିଛନ୍ତି ଶ୍ରୀ ଦାସ। କଂଗ୍ରେସର ପଦଯାତ୍ରା ଅବସରରେ ଶ୍ରୀ ଦାସ ଏହା ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ, ମୁଁ ଆଉ ଲୋକସଭା ଲଢିବି ନାହିଁ। ୯ଥର ନିର୍ବାଚନ ଲଢିସାରିଲିଣି। ଏଥିରୁ ୩ଥର ସାଂସଦ ହୋଇଥିବାବେଳେ ୬ ଥର ହାରିଛି। ଲୋକଙ୍କ ଉପରେ କାହିଁକି ବୋଝ ହେବି। ଏଥର ନୂଆ ପିଲାଙ୍କୁ ସୁଯୋଗ ଦେବା। ତେବେ ମୁଁ କଂଗ୍ରେସରେ ଅଛି, ଲୋକଙ୍କ ପାଇଁ ଓ ଦଳ ପାଇଁ ସଂଗ୍ରାମ କରିବି ବୋଲି ଭକ୍ତ ଦାସ କହିଛନ୍ତି।
ଏହି ଅବସରରେ ଶ୍ରୀ ଦାସ କୋଶଳ ରାଜ୍ୟ ଗଠନକୁ ପରୋକ୍ଷଭାବେ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଛୋଟ ଛୋଟ ରାଜ୍ୟ କରି ଲୋକଙ୍କୁ ନ୍ୟାୟ ଦେବାର ଆବଶ୍ୟକତା ଅଛି। ପଶ୍ଚିମ ଓଡ଼ିଶାରେ ମିନି ରାଜଧାନୀ ହେଉ। ଓଡ଼ିଶାକୁ ବିଭାଜନରୁ ରକ୍ଷା କରିବାକୁ ହେଲେ ମିନି ରାଜଧାନୀର ଆବଶ୍ୟକତା ରହିଛି। ମିନି ରାଜଧାନୀରେ ବର୍ଷକରେ ଥରେ ବିଧାନସଭା ଅଧିବେଶନ ହେଉ। ମିନି ରାଜଧରନୀରେ ଗୋଟିଏ ହାଇକୋର୍ଟ ମଧ୍ୟ ପ୍ରତିଷ୍ଠା ହେଉ। ଓଡ଼ିଶାକୁ ଏକ ରଖିବାକୁ ହେଲେ ଆଞ୍ଚଳିକ ବୈଷମ୍ୟ ଦୂର ହେଉ ବୋଲି ଭକ୍ତ ଦାଶ କହିଛନ୍ତି।
Comments are closed.