‘ପ୍ୟାରିସ୍ ଫ୍ୟାଶନ୍ ୱିକ୍’ ରାମ୍ପ୍ ରେ ଐଶ୍ୱର୍ଯ୍ୟା ; ଡିଜାଇନର୍ ୱେନ୍ଡେଲ୍ ରୋଡରିକ୍ସ କହିଲେ
![](https://www.odishalink.com/wp-content/uploads/2019/10/adfc0335c7ed38e97c990af219653b04-1.jpg)
ମୁମ୍ୱାଇ : ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ।ସେ ‘ପ୍ୟାରିସ୍ ଫ୍ୟାଶନ୍ ୱିକ୍’ରେ ରାମ୍ପ୍ ୱାକ୍ କରି ଡେବ୍ୟୁ କରିଛନ୍ତି। କିନ୍ତୁ ତାଙ୍କର ଲୁକ୍କୁ ଭାରତୀୟ ଡ୍ରେସ୍ ଡିଜାଇନର୍ ୱେନ୍ଡେଲ୍ ରୋଡରିକ୍ସ ପସନ୍ଦ କରିନାହାନ୍ତି।ସେ ‘ଲୋରିଏଲ୍,ର ଷ୍ଟାଇଲିଷ୍ଟ୍ଙ୍କ ଉପରେ ରାଗି ଇନ୍ଷ୍ଟାଗ୍ରାମ୍ରେ ଲଖିଛନ୍ତି ଆପଣଙ୍କ ପାଖରେ ଦୁନିଆର ସବୁଠାରୁ ସୁନ୍ଦର ମହିଳା ଅଛନ୍ତି। କିନ୍ତୁ ଆପଣ ତାଙ୍କର ଏପରି ମେକ୍ଅପ୍ କରିଛନ୍ତି। ଏମିତି ଡ୍ରେସ୍ ପିନ୍ଧିବାକୁ ଦେଇଛନ୍ତି। ଏହି ଡ୍ରେସକୁ ପିନ୍ଧିବାକୁ ଦେଇଥିବା ଷ୍ଟାଇଲିଷ୍ଟ୍ଙ୍କୁ ବାହାର କରନ୍ତୁ।’
‘ବିଶ୍ୱ ସୁନ୍ଦରୀ’ ଐଶ୍ୱର୍ଯ୍ୟା ଅନେକ ବର୍ଷ ଧରି ଲୋରିଏଲ୍ କମ୍ପାନୀର ବ୍ରାଣ୍ଡ ଆମ୍ୱାସଡର ଅଛନ୍ତି। ‘ପ୍ୟାରିସ୍ ଫ୍ୟାଶନ୍ ୱିକ୍’ର ରାମ୍ପ୍ ଶୋ’ରେ ପିନ୍ଧିଥିବା ଡ୍ରେସ୍ଟିକୁ ଓ ମେକଅପ୍ କୁ ୱେନଡେଲ୍ ରୋଡରିକ୍ସ ପସନ୍ଦ କରିନାହାନ୍ତି। ସେ କହିଛନ୍ତି ଐଶ୍ଙ୍କ ଆଖିରେ ଖରାପ ମେକଅପ୍ ଦିଆଯିବା ସହ ହେୟାର୍ ଷ୍ଟାଇଲ୍ ମଧ୍ୟ ଖରାପ ହୋଇଛି ।ଭାରତୀୟ ଡିଜାଇନର୍ ୱେନଡେଲ୍ ବିଚ୍ ଓ ରିଜର୍ଟ ୱେୟର୍ ଡିଜାଇନ୍ କରିଥା’ନ୍ତି।
Comments are closed.