ବଢିଲା ଡ୍ୟାନ୍ସବାର ଅଡ଼ୁଆ

ଭୁବନେଶ୍ବର: ଭୁବନେଶ୍ୱରରେ ଡ୍ୟାନ୍ସ ବାରକୁ ଝଟକା। ଡ୍ୟାନ୍ସବାରକୁ ମିଳିଥିବା ଫାୟାର ଏନଓସିକୁ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି ଡିଜିପି। ଡିଜିପି କହିଛନ୍ତି, ଏନଓସି ଦେଇଥିବା ଅଫିସରଙ୍କ କୌଣସି ଅଧିକାର ନାହିଁ। ତେଣୁ ପ୍ରୋସିଜର ଅନୁସାରେ ବାରମାଲିକମାନେ ପୁଣି ଥରେ ଲାଇଲେନ୍ସ ପାଇଁ ଆବେଦନ କରିବେ।
ସୂଚନା ଅନୁସାରେ, ରାଜଧାନୀରେ ଥିବା ବିଭିନ୍ନ ଡ୍ୟାନ୍ସ୍ ବାର୍କୁ ମଳିଥିବା ଫାୟାର୍ ନୋ ଅବ୍ଜେକ୍ସନ୍ ସାର୍ଟିଫିକେଟ୍ଗୁଡ଼ିକ ତ୍ରୁଟିଯୁକ୍ତ ବୋଲି କହିଛନ୍ତି ଫାୟାର୍ ସର୍ଭିସ୍ ଡିଜି ବି. କେ. ଶର୍ମା। ସେ କହିଛନ୍ତି ଯେଉଁ ଅଧିକାରୀମାନେ ଏନଓସି ଦେଇଛନ୍ତି ତାହା ସେମାନଙ୍କ କ୍ଷମତା ପରିସରଭୁକ୍ତ ନୁହେଁ। ନିୟମାନୁସାରେ ଡ୍ୟାନ୍ସ୍ ବାର୍ ମାଲିକମାନଙ୍କୁ ଏନଓସି ନିମନ୍ତେ ପୁନର୍ବାର ଆବେଦନ କରିବାକୁ ପଡ଼ିବ।
Comments are closed.