ସିନେମା ପାଇଁ ଭିକ୍କି କୌଶଲ୍ ଙ୍କର ନୂଆଁ ଅବତାର

ମୁମ୍ବାଇ: ସିନେମା ପାଇଁ ଅନେକ ଅଭିନେତା ହେଉକି ଅଭିନେତ୍ରୀ ନିଜକୁ ବହୁତ ବଦଳେଇ ଦେଇଥାନ୍ତି । ସେହି ପରି ଜଣେ ଅଭିନେତା ହେଉଛନ୍ତି ବଲିଉଡ୍ ଲୋକପ୍ରିୟ ଭିକ୍କି କୌଶଲ୍ । ‘ଉରି-ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ସିନେମାରେ ଜବରଦସ୍ତ ଅଭିନୟରେ ସେ ଲୋକଙ୍କ ଠାରୁ ଅନେକ ପ୍ରଶଂସା ପାଇଛନ୍ତି । ଏବେ ଭିକ୍କିଙ୍କୁ ନେଇ ଅନେକ ନିର୍ମାତା ସିନେମା ତିଆରି କରିବା ପାଇଁ ଇଚ୍ଚା ପ୍ରକାଶ କରୁଛନ୍ତି । ସେ ଏକ ସିନେମ ପାଇଁ ନିଜର ଲୁକ୍ କୁ ବଦଳେଇଛନ୍ତି । ୩ମାସରେ ସେ ନିଜର ୧୩ କିଲୋ ଓଜନ କମାଇଛନ୍ତି । ଭିକ୍କି ସ୍ୱାଧୀନତା ସଂଗ୍ରାମୀ ସର୍ଦ୍ଦାର ଉଧମ୍ ସିଂହଙ୍କ ବାୟୋପିକ୍ ରେ ନଜରରେ ଆସିବେ ।
ସିନେମାରେ କାମ କରିବା ପାଇଁ ଚୂଡ଼ାନ୍ତ ହେଲା ପରଠୁ ସେ ପରିଶ୍ରମ କରିବାରେ ଲାଗିିଛନ୍ତି। ସେ ନିଜକୁ ୟଙ୍ଗ ଲୁକ୍ ଦେବା ପାଇଁ ଭିକ୍କି ଏପରି କରୁଛନ୍ତି । ଭିକ୍କି ସିନେମାରେ ୨୦ ବର୍ଷ ଯୁବକଙ୍କ ଚରିତ୍ରରେ ନଜର ଆସିବେ ଓ ଏଥିପାଇଁ ସେ ନିଜର ଓଜନ କମାଇବା ନିହାତି ଦରକାର ଥିଲା । ସିନେମାଟି କୁ ସୁଜିତ୍ ସରକାର୍ ନିର୍ଦ୍ଦେଶନା ଦେଇଛନ୍ତି ଓ ସେ ହିଁ ଭିକ୍କିଙ୍କୁ ଓଜନ କମାଇବାକୁ କହିଛନ୍ତି । ଭିକ୍କି ଜଣେ ଖାଦ୍ୟପ୍ରେମୀ ହୋଇଥିବାରୁ ସବୁବେଳେ କିଛି ନା କିଛି ଖାଉଥା’ନ୍ତି। ସିନେମା ପାଇଁ ନିଜ ଓଜନ କମାଇବା ତାଙ୍କ ପାଇଁ ଆଦୌ ଛୋଟ କଥା ନଥିଲା ।
ସିନେମାଟି ଜାଲିୱାନୱାଲା ବାଗ୍ ହତ୍ୟାକାଣ୍ଡର ପୂରା ଘଟଣା ଉପର୍ ଆଧାରିତ। ଆସନ୍ତା ବର୍ଷ ୨ ଅକ୍ଟୋବରରେ ସିନେମାଟି ପରଦା କୁ ଆସିବ ।
Comments are closed.