ଓଏସ୍ଆର୍ଟିସି ପକ୍ଷରୁ ନିଃଶୁଳ୍କ ଟେଲିଫୋନ ସେବା ଆରମ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ମନ୍ତ୍ରର ଗୁରୁତ୍ୱ ଉପଲବ୍ଧି କରି ଅଧିକ ସ୍ୱଚ୍ଛତା ରକ୍ଷା ସହ ଯାତ୍ରୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏକ ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ କରିଛି। ଟେଲିଫୋନରେ ଯାତ୍ରୀମାନେ ନିଗମ ପରିଚଳିତ ବସଗୁଡ଼ିକ ସଂପର୍କରେ ତଥ୍ୟ ପାଇବା ସହିତ ମୂଲ୍ୟବାନ ମତାମତ ତଥା ସମସ୍ୟା ଉପସ୍ଥାପନ କରି ସମାଧାନର ମାର୍ଗ ପାଇପାରିବେ। ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ଟେଲିଫୋନଟି ନିଗମ କାର୍ଯ୍ୟାଳୟଠାରେ ଦିନ ରାତି କାର୍ଯ୍ୟକରିବ। ଯାତ୍ରୀମାନଙ୍କଠାରୁ ପ୍ରାପ୍ତ ମତାମତକୁ ଗୁରୁତ୍ୱ ଦେଇ ନିଗମ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ। ଏହି ନିଃଶୁକ୍ଳ ଟେଲିଫୋନ ନମ୍ବରଟି ହେଉଛି ୧୮୦୦-୩୪୫-୧୧୨୨।
Comments are closed.