ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ

ବିନିକା: ସ୍ୱାମୀଙ୍କ ଚିତାରେ ମୁଖାଗ୍ନି ଦେଲେ ସ୍ତ୍ରୀ। ଡୁଙ୍ଗୁରିପାଲି ଥାନା ତମାମୁରା ଗ୍ରାମରେ ଏହି ଘଟଣା ଘଟିଛି। ଉକ୍ତ ଗ୍ରାମର ଚନ୍ଦ୍ରମଣି ଭୋଇଙ୍କ କେନାଲରେ ବୁଡ଼ି ମୃତୁ୍ୟ ହୋଇଥିଲା। ଚନ୍ଦ୍ରମଣି ନିଃସନ୍ତାନ ଥିବାରୁ ମୁଖାଗ୍ନି କିଏ ଦେବ ସେ ନେଇ ଭାଳେଣି ପଡ଼ିଥିଲା। ପୁଅ ଝିଅ କି ବନ୍ଧୁବାନ୍ଧବ କେହିନଥିବାରୁ ତାଙ୍କ ସ୍ତ୍ରୀ ପାର୍ବତୀ ମୁଖାଗ୍ନି ଦେଇଥିଲେ। ତେବେ ଗ୍ରାମବାସୀ ତାଙ୍କୁ ଏଥିରେ ସହଯୋଗ କରିଥିଲେ।
Comments are closed.