ଧୋନି କ୍ରିକେଟକୁ ଫେରିବେ ନା ନାଇଁ , ରବି ଶାସ୍ତ୍ରୀ କହିଲେ..

ପୁଣେ: କିଛି ଦିନର ବ୍ୟବଧାନ ପରେ ପୁଣିଥରେ ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା। ୨୦୧୯ କ୍ରିକେଟ ମହାକୁମ୍ଭ ପରଠାରୁ ଧୋନି କ୍ରିକେଟରୁ ଦୂରେଇ ରହିଛନ୍ତି। କ୍ରିକଟକୁ ନେଇ ତାଙ୍କ ଭବିଷ୍ୟତ କଣ, ସେ ଆଉ କ୍ରିକେଟ ଖେଳିବେ କି ନାହିଁ , ଏଭଳି ଅନେକ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପ୍ରଶଂସକମାନେ ଚାତକ ଭଳି ଅନେଇ ବସିଛନ୍ତି।
ହେଲେ ଠିକ୍ ଏଭଳି ସ୍ଥିତିରେ ଆଜି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ଧୋନି କ୍ରିକେଟ ଖେଳିବାକୁ ଉପଲବ୍ଧ ହେବ କି ନାହିଁ, ସେକଥା ଆମେ କହିପାରିବୁ ନାହିଁ। ଧୋନି ହିଁ ନିଜର ପ୍ରତ୍ୟାବର୍ତ୍ତନ ଉପରେ ନିଷ୍ପତ୍ତି ନେବେ।
ଏଥିସହିତ ସେ କହିଛନ୍ତି ଯେ, ଧୋନି ପୁଣିଥରେ କେବେଠାରୁ କ୍ରିକେଟ ଖେଳିବା ଆରମ୍ଭ କରିବେ, ସେକଥା ନିଜେ କହିବା ଦରକାର। ସେହିପରି ସେ ଚୟନକର୍ତ୍ତାଙ୍କୁ ମଧ୍ୟ ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ କହିବା ଉଚିତ। ମୁଁ ତାଙ୍କୁ ବିଶ୍ୱକପ ପରେ ଭେଟିନାହିଁ। ପ୍ରଥମେ ସେ ଖେଳ ଆରମ୍ଭ କରନ୍ତୁ। ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ମୁଁ ଭାବୁଛି ବିଶ୍ୱକପରେ ସେ ଆଉ କ୍ରିକେଟ ଖେଳିନାହାନ୍ତି। ସେ ଜଣେ ମହାନ କ୍ରିକେଟର। ସର୍ବାଦା ଇତିହାସରେ ତାଙ୍କ ନାଁ ବର୍ଣ୍ଣିତ ହୋଇ ରହିବ।”
Comments are closed.