ଭାରତକୁ ବିଳମ୍ବରେ ଆସିବ ରାଫେଲ ବିମାନ

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସରକାରୀ ଭାବରେ ରାଫେଲ୍ ବିମାନ ଫ୍ରାନ୍ସଠାରୁ ଗ୍ରହଣ କରିଛନ୍ତି। ବହୁ ବାଦ ବିବାଦ ପରେ ଶେଷରେ ଲଢ଼ୁଆ ବିମାନ ରାଫେଲ୍ ଗତକାଲି ଭାରତକୁ ହସ୍ତାନ୍ତର ହୋଇଛି। ଅପରପକ୍ଷେ ଆଜି ଫ୍ରାନ୍ସ ସରକାର ଏବଂ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଏଭିଏସନ ସହ ପ୍ରତିରକ୍ଷା ମନ୍ତ୍ରୀ ବୈଠକ କରିବେ।
ଗତକାଲି ରାଜନାଥ ସିଂହ ଗ୍ରହଣ କରିଥିବା ରାଫେଲ୍ ବିମାନ ଏବେ କିନ୍ତୁ ଭାରତ ଆସିବ ନାହିଁ। କାରଣ ରାଫେଲ୍ ବିମାନ ଉଡ଼ାଇବା ପାଇଁ ପ୍ରଶିକ୍ଷଣ ନେବାର ଆବଶ୍ୟକତା ରହିଛି। ଏବେ ଭାରତୀୟ ବାୟୁସେନାର କିଛି ପାଇଲଟ୍ ରାଫେଲ୍ ବିମାନର ପ୍ରଶିକ୍ଷଣ ନେବା ପାଇଁ ଫ୍ରାନ୍ସରେ ରହିଛନ୍ତି। ପୂର୍ବରୁ ବର୍ତ୍ତମାନର ବାୟୁସେନା ମୁଖ୍ୟ ରାକେଶ ଭଦୌରିଆ ରାଫେଲ୍ ବିମାନ ଉଡ଼ାଇବାର ପ୍ରଶିକ୍ଷଣ ନେଇସାରିଛନ୍ତି।
Comments are closed.