ଦଳ ମୋତେ ଅଣଦେଖା କରୁଛି

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିର ଦଳୀୟ ଅସନ୍ତୋଷ ପଦାରେ ପଡ଼ିଛି। ୨୦୧୮ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ପଦାରେ ପକାଇଛନ୍ତି ଦଳୀୟ କନ୍ଦଳ। ବିଜେପି ଉପରେ ଅସନ୍ତୋଷ ପ୍ରକାଶ କରି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦଳ ମୋତେ ଅଣଦେଖା କରୁଛି। ତା ସହିତ କୌଣସି ଦାୟିତ୍ବ ଦେଉନାହିଁ। ଦାମବାବୁ ଯେମିତି ଅଣଦେଖା କଥା କହୁଛନ୍ତି ଠିକ୍ ସେହିଭଳି ମୋର ସମାନ ସ୍ଥିିତି ବୋଲି କହିଛନ୍ତି ଅଶୋକ ପାଣିଗ୍ରାହୀ।
ଏଥିସହିତ ସେ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ ଦଳ ମୋତେ କିଛି ଦାୟିତ୍ବ ମଧ୍ୟ ଦେଇ ନଥିଲା। କିଏ ପ୍ରାର୍ଥୀ ହେଲା ସେ ନେଇ ମୋର କିଛି ଆପତ୍ତି ନାହିଁ। ଦଳ ଛାଡ଼ିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଗୁଜବ ଅଟେ ବୋଲି କହିଲେ ଅଶୋକ। ବିଜେପୁରରେ ବିଜେଡ଼ି ଓ ବିଜେପି ମଧ୍ୟରେ ଲଢେ଼ଇ ହେବ। ସେ ନିର୍ବାଚନରେ ଗୁଣ୍ଡୁଚିମୂଷା ଭଳି କାମ କରିବେ ବୋଲି କହିଛନ୍ତି।
Comments are closed.