ମୋ ସରକାର: କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ
ଭୁବନେଶ୍ବର: ଆଜି ମୋ ସରକାର କାର୍ଯ୍ୟକ୍ରମର ସ୍ଥିତି ପରଖିବା ପାଇଁ କନ୍ଧମାଳ, ବୈଦ୍ଧ ଓ ନୟଗାଡ଼ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ। ପ୍ରଥମେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ ଓ ଏନଏଚଏମ(ଜାତୀୟ ସ୍ୱାସ୍ଥ୍ୟ ମିଶନ) ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କନ୍ଧମାଳ ଗସ୍ତରେ ଯାଇଥିଲେ। ସେଠାରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝିବା ସହ ଡାକ୍ତରଖାନାର ସମସ୍ୟା ବାବଦରେ ସମୀକ୍ଷା କରିଥିଲେ। ଏହାସହ ସିଡିଏମଙ୍କୁ କିପରି ରୋଗୀମାନେ ସମସ୍ତେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ସେ ନେଇ ପରାମର୍ଶ ଦେଇଥିଲେ।
ଏହାପରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଓ ଏନଏଚଏମ(ଜାତୀୟ ସ୍ୱାସ୍ଥ୍ୟ ମିଶନ) ନିର୍ଦ୍ଦେଶିକା ବୌଦ୍ଧ ଜିଲ୍ଲା ଅଭିମୁଖେ ଯାଇଥିବା ସୂଚନା ରହିଛି। ଏଠାରେ ସୂଚନା ଥାଉ କି ଦକ୍ଷିଣ ଓଡିଶା ଗସ୍ତରେ ଅଛନ୍ତି ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ। ଡାକ୍ତରଖାନାରେ କିପରି ଚାଲିଛି ଚିକିତ୍ସା ବ୍ୟବସ୍ଥା ଦେଖିବା ସହିତ ରୋଗୀଙ୍କ ସମସ୍ୟା ନେଇ ପଚାରି ବୁଝିଥିଲେ।
ବୌଦ୍ଧ ପରେ ମୋ ସରକାର କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ଗସ୍ତ କରିବେ ଫାଇପ୍ ଟି ସଚିବ, ମୁଖ୍ୟ ଶାସନ ସଚିବ ଏବଂ ଏନଆରଏଚଏମ୍ ନିଦେ୍ର୍ଦଶକ ଶାଳିନୀ ପଣ୍ଡିତ୍। ଏହି କ୍ରମରେ ନୟାଗଡ ଜିଲ୍ଲାରେ କେମିତି ରହିଛି ଗ୍ରାଉଣ୍ଡ ଜିରୋରେ ସ୍ୱାସ୍ଥ୍ୟସେବାର ସ୍ଥିତି, ପରଖିବେ ଏହି ୩ ଜଣିଆ ଟିମ୍।
Comments are closed.