ଜିଲ୍ଲାପାଳଙ୍କ ନାଁରେ ନକଲି ଫେସବୁକ୍ ଆକାଉଣ୍ଟ
ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲିଲେ ଦୁର୍ବୃତ। ଅଭିଯୋଗ ହୋଇଛି କେହି ଦୁର୍ବୃତ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଏହାର ଦୁରୂପଯୋଗ କରିଛନ୍ତି। ଏପରିକି ଜିଲ୍ଲାପାଳଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଲୋକଙ୍କଠୁ ଟଙ୍କା ଦାବି କରାଯାଇଛି।
ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁକୁ ବ୍ୟବହାର କରି ଟଙ୍କା ଦାବି କରାଯାଉଥିବା ସାମ୍ନାକୁ ଆସିବା ପରେ, ତାଙ୍କ ଫେସବୁକ ଆକଉଣ୍ଟକୁ ବ୍ଲକ କରିବା ଲାଗି ଅପିଲ କରିଛନ୍ତି ଜିଲ୍ଲାପାଳ। ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ଏଭଳି କେବେ କାହାରିଠାରୁ ଟଙ୍କା ଦାବି କରିନାହାନ୍ତି କିମ୍ବା କେବେ କରିବେ ନାହିଁ। ଏପରିକି ଲୋକଙ୍କୁ ଏଭଳି ଦାବିକୁ ଶୁଣି କୌଣସି ପ୍ରକାର ଟଙ୍କା, ପଇସା ନ ଦେବାପାଇଁ ସେ ଅନୁରୋଧ କରିଛନ୍ତି। ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏଭଳି କରିଛି ତାର ଛାନଭିନ ହେବା ଜରୁରୀ। ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟୁକୁ ଏଭଳି ଅପବ୍ୟବହାର କରୁଥିବା ଦୁର୍ବୃତଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ସବୁଠାରୁ ବଡକଥା ହେଲା ଫେସବୁକ କର୍ତୃପକ୍ଷ ଏଥିପ୍ରତି ଅଧିକ ଯତ୍ନବାନ ହେବା ଦରକାର ବୋଲି ଅନେକ ମଧ୍ୟ ସୋସିଆଲ ମିଡିଆରେ ମତ ଦେଇଛନ୍ତି।
Comments are closed.