Odisha Link
Bridging the Missing Links in Odisha

ବିଜେପି ଛାଡ଼ିବା ବାପାଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ଆଜି ବିଜେପି ଛାଡ଼ିଲେ ବରିଷ୍ଠ ରାଜନେତା ଦାମୋଦର ରାଉତ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଛି। ଦାମଙ୍କ ଦଳ ଛାଡ଼ିବା ନିଷ୍ପତ୍ତିକୁ ନେଇ ତାଙ୍କ ପୁଅ ସମ୍ବିତ ପ୍ରତିକ୍ରିୟା ଦେଇ ସାରିବା ପରେ ଝିଅ ପ୍ରତିନନ୍ଦା ମୁହଁ ଖୋଲିଛନ୍ତି।

ସେ କହିଛନ୍ତି ଯେ, ବିଜେପିରେ ମିଶିବା ବାପାଙ୍କର ନିଷ୍ପତ୍ତି ଥିଲା, ଏବେ ଛାଡ଼ିବା ବି ତାଙ୍କ ନିଷ୍ପତ୍ତି। ଆମକୁ ବାପା କହୁଥିଲେ, ସେ ଦଳରେ ଅଣଦେଖା ହୋଇଛନ୍ତି। ତେବେ ଆପଣ ଯାହା ଚାହୁଁଛନ୍ତି ତାହା କରନ୍ତୁ ବୋଲି ଆମେ କହିଥିଲୁ।

ଏହି ଅବସରରେ ବିଜେଡିରୁ ପୁଣି ନିମନ୍ତ୍ରଣ ଆସିଲେ ବାପା ଯିବେ କି ପ୍ରଶ୍ନରେ ନିଜର ଉତ୍ତର ରଖି ପ୍ରୀତିନନ୍ଦା କହିଛନ୍ତି ଯେ, ବାପା ବିଜେଡିକୁ ଯିବା ନେଇ ଦଳର ସୁପ୍ରିମୋ ଯାହା କହିପାରିବେ ।

Comments are closed.