ଉପନିର୍ବାଚନ ପୂର୍ବରୁ ହାତ ଟେକିଦେଲେ ସୁର

ବିଜେପୁର: ଆସନ୍ତା 21ରେ ହେବ ବିଜେପୁର ଉପନିର୍ବାଚନ। ଏଥିପାଇଁ ଚାଲିଛି ପ୍ରଚାର କାର୍ଯ୍ୟକ୍ରମ। ଏହା ପୂର୍ବରୁ ଊପନିର୍ବାଚନକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।ବିଜେପୁର ଭୋଟ ପୂର୍ବରୁ ହାତ ଟେକି ଦେଲେ କଂଗ୍ରେସର ବିଧାୟକ ତଥା ବରିଷ୍ଠ ନେତା ସୁରରାଉତରାୟ। ସେ ଗଣମାଧ୍ୟମରେ ଆଗରେ କହିଛନ୍ତି ଯେ, ବିଜେପୁରରେ ଜିତିଲା ଭଳି ମୋତେ କାହିଁ ଲାଗୁନି। ମୁ ଏଠି ତିନି ଚାରି ଦିନ ହେଲା ବୁଲୁଛି, ପ୍ରଚାର କରୁଛି ହେଲେ ‘ଏବେ ଏଠି ପୂରା ନବୀନ ପଟ୍ଟନା୍ୟକ ଜମାନା ଚାଲିଛି। ‘ସେ ଯେତିକି ପତାକା ଲଗାଇଛନ୍ତି, ୭ ଜନ୍ମରେ ପାରିବୁନି’ । ସବୁ ପଇସା ନବୀନ ଓ ମୋଦି ପାଖରେ ଅଛି, ଆମେ ଶୁଖିଲା । ଏଭଳି ପରିସ୍ଥିତିରେ ମୋତେ କାହିଁ ଜିତିଲା ଭଳି ଲାଗୁନି। ‘ବିନା ପିଇସାରେ କଣ କିଛି କିଣି ହେଲାଣି, ଭୋଟ ମିଳିଲାଣି? ‘କଂଗ୍ରେସ ପାଖରେ ବିଲ୍କୁଲ୍ ପଇସା ନାହିଁ, ଭୋଟ୍ କଣ ପାଇବୁ? ‘ଆମେ ଏଠି ହାରିଯିବୁ, କାହିଁକି ବଡ ବଡ କଥା କହିବୁ। ‘ ନବୀନ ବେଳା ପଡିଛି, ମହାଶୂନ୍ୟରେ ସେ ୫ ଥର ମୁଖ୍ୟମନ୍ତ୍ରୀ।
Comments are closed.