ଜାତୀୟ ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସଞ୍ଚର୍ଦ୍ଧନା
ଭୁବନେଶ୍ୱର: ପ୍ରତ୍ୟେକ ଶିଶୁ ମଧ୍ୟରେ ପର୍ଯ୍ୟାପ୍ତ ପ୍ରତିଭା ରହିଛି । ଅନୁକୂଳ ପରିବେଶ ଏବଂ ସୁଯୋଗ ମିଳିଲେ ଅନ୍ତର୍ନିହିତ ପ୍ରତିଭାର ପୂର୍ଣ୍ଣ ବିକାଶ ସମ୍ଭବ ହୋଇ ପାରିବ । ଶିଶୁମାନଙ୍କ ମଧ୍ୟରେ ଥିବା ବିବିଧ ଦକ୍ଷତା ଏବଂ ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଟୁକୁନି ସାହୁ ମତବ୍ୟକ୍ତ କରିଛନ୍ତି । ଅପରାହ୍ନର ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ଜାତୀୟ ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କ ନିମନ୍ତେ ଆୟୋଜିତ ସଞ୍ଚର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ, ଆଜିର ଶିଶୁ କାଲିର ଭବିଷ୍ୟତ । ପରିବାର, ସମାଜ ଏବଂ ସରକାରଙ୍କ ସମନ୍ୱିତ ଉଦ୍ୟମରେ ପ୍ରତ୍ୟେକ ଶିଶୁ ସଫଳତାର ଶୀର୍ଷରେ ପହଞ୍ଚି ପାରିବ । ଶିଶୁମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ସଦସ୍ୟ ସଚିବ କୁମାର ସୁଲତାନା ବେଗମ୍ ସ୍ୱାଗତ ଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ମିଶନ ଶକ୍ତିର ଉ ପଦେଷ୍ଟା ଲୋ ପାମୁଦ୍ରା ବକ୍ସି ପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଯୋଗୁ ଶାସନ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ଅବସରରେ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ୨୦୧୩, ୨୦୧୫, ୨୦୧୬ ଏବଂ ୨୦୧୭ ମସିହା ପାଇଁ ଜାତୀୟସ୍ତରରେ ପୁରସ୍କୃତ କୃତୀ ପ୍ରତିଯୋଗୀମାନଙ୍କୁ ଭାରତୀୟ ଶିଶୁ କଲ୍ୟାଣ ପରିଷଦ ଦ୍ୱାରା ପ୍ରଦତ୍ତ ପଦକ, ମାନ ପତ୍ର ଏବଂ ପୁରସ୍କାର ରାଶି ପ୍ରଦାନ କରାଯିବା ସହ ସଞ୍ଚର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଚିତ୍ରଗୁଡ଼ିକୁ ନେଇ ପ୍ରକାଶ କରାଯାଇଥିବା ‘ଶିଶୁ ପ୍ରତିଭା’ ନାମକ ଏକ ଚିତ୍ରଗ୍ରନ୍ଥ ଆତିଥିମାନଙ୍କ ଦ୍ୱାରା ଉନ୍ନୋଚିତ ହୋଇଥିଲା । ପ୍ରାରମ୍ଭରେ ଭୀମଭୋଇ ବିଦ୍ୟାଳୟର ଶିଶୁ କଳାକାରମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ପରିଷଦର ଶିଶୁ କଲ୍ୟାଣ ଅଧିକାରୀ ଅନୁ ପମା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.